ଏକ ଦିବସୀୟ ପ୍ରଶିକ୍ଷଣ ଜାତୀୟ ସମୀକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ୩୫ଟି ପଂଚାୟତର ୩୪ ଜଣ ଭିଆର୍ପିଙ୍କୁ ନେଇ ସାମାଜିକ ସମୀକ୍ଷା ପ୍ରଶିକ୍ଷଣ ଶିବିର ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବାହ୍ନରେ ଅନୁଷ୍ଠିତ ଏହି ଶିବିରରେ ବିଡିଓ ନିତ୍ୟାନନ୍ଦ ସାହୁ ଅଧ୍ୟକ୍ଷତା ଓ ପରିଚାଳନା କରିଥିଲେ । ଗରିବ ହିତାଧିକାରୀମାନେ କିପରି ସରକାରୀ ସହାୟତା, ଯୋଜନା, ଯୋଜନା ସଂପର୍କୀତ ସୂଚନା, ଅଯୋଗ୍ୟ ହିତାଧିକାରୀ ଚିହ୍ନଟ, ଜାତୀୟ ସାମାଜିକ ସହାୟତା ଯୋଜନା, ରାଜ୍ୟ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଓ ସମସ୍ତ ଅଭିଯୋଗର ଚିହ୍ନଟ ଓ ତାର ସମାଧାନ ତଥା ଜାତୀୟ ସହାୟତା କାର୍ଯ୍ୟକ୍ରମରେ ବିଭିନ୍ନ ଅସୁବିଧା ଗୁଡିକରେ ସମାଧାନ କରିବା ସଂପର୍କରେ ଭିଆର୍ପି ମାନଙ୍କର ଭୂମିକା ଓ କର୍ତ୍ତବ୍ୟ ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକର ମୁଖ୍ୟ ସହାୟକ ଅଧିର କୁମାର ପ୍ରମାଣିକ, କମ୍ପୁଟର ପ୍ରୋଗ୍ରାମ ଅଫିସର ତାପସ କୁମାର ଭୂୟାଁ, ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର ତିଳୋତ୍ତମା ପଣ୍ଡା, ବ୍ଲକ ସୋସିଆଲ ସମୀକ୍ଷକ ଜୀବନକୃଷ୍ଣ ଗିରି ମଧ୍ୟ ଏହି କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା