

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସଦର ମହକୁମା ଠାରେ ଥିବା ନବଜୀବନ ଟ୍ରଷ୍ଟ ପରିସରରେ ଏଚ. ଡି. ଏଫ. ସି.ବ୍ୟାଙ୍କ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ଗତକାଲି ଶିଶୁ ଦିବସ ପାଳନ କରାଯାଇ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ସୁଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ କିଶୋର ନାୟିକ ବୋର୍ଡର ସଦସ୍ୟ ଭାଗ୍ୟ ଲକ୍ଷ୍ମୀ ନାୟକ, ଚାଇଲଡ଼ ଲାଇନର ସଦସ୍ୟ ନାଗେଶ୍ୱର ଚୋୖଧୁରୀ ପ୍ରମୂଖ ଯୋଗ ଦେଇଥିଲେ । ଏହି ଅଵସରରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ୟୁନିଟ ମ୍ୟାନେଜର ଜଗନ୍ନାଥ ପାଢ଼ୀ ପରିଚାଳନା କରିଥିଲେ ।

