ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜସେବୀ ହରିପଦ ମାନ୍ନାଙ୍କ ଆବେଦନକ୍ରମେ ଏନଜିଟିରେ ଏକ କେସ୍ ୫୨/୧୮ ମୂଳେ ରୁଜୁ ହେବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲାପାଳ ରମେଶ ଚନ୍ଦ୍ର ରାଉତ, ଉପଜିଲାପାଳ ନିଲୁ ମହାପାତ୍ର, ତହସିଲଦାର ଅଭିମନ୍ୟୁ ପଣ୍ଡା ଜଳେଶ୍ୱର ତହସିଲ ଅନ୍ତର୍ଗତ ସେକସରାଇ (ଖ) ବାଲି ଖାଦାନକୁ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ନେଇ ଜିଲାପାଳ ଶ୍ରୀ ରାଉତ ବିସ୍ତୃତଭାବେ ଆଲୋଚନା କରିଥିଲେ । ପରେ ଉପଜିଲାପାଳ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ଜିଲାପାଳ ଖୁବ ଶୀଘ୍ର ଏନଜିଟିକୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା