ଢେଙ୍କାନାଳ(ସମୃଦ୍ଧଓଡିଶା) ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଅଉଖମା ଗାଁ ରେ ଗୋଟିଏ ଗୋପାଳ ପରିବାରକୁ ଦିର୍ଘ 11 ମାସ କାଳ ନିଆଁ ପାଣି ବନ୍ଦ କରିଛନ୍ତି ଗ୍ରାମବାସମାନେ l କେତୋଟି ଫୁଲଗଛ କୁ ନେଇ ଗ୍ରାମର 170 ପରିବାର ଏହି ପରିବାର କୁ ସାମାଜିକ ଓ ଧାର୍ମିକ ବାସନ୍ଦ କରିଛନ୍ତି l ଉଭୟଙ୍କ ପକ୍ଷରୁ ଜିଲ୍ଲା ପୋଲିସ ପ୍ରଶାସନକୁ ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶ ଅଉଖମା ଗାଁ ର ନିରଞ୍ଜନ ବେହେରା ଯିଏ କି ଅତିରିକ୍ତ ଏସପି ରୂପେ ବାଲେଶ୍ଵର ରେ ଯୋଗ ଦେଇଛନ୍ତି ତାଂକ ପରିବାର କୁ ଗାଁ ର ଅନ୍ୟ 170 ପରିବାର ଦୀର୍ଘ 11 ମାସ କାଳ ବାସନ୍ଦ କରିଦେଇଛନ୍ତି l ଗାଁ କୋଠ ରାସ୍ତା କୁ ବେହେରା ପରିବାର ଦଖଲ କରିଥିବା ଅଭିଯୋଗ ଭିତ୍ତି ରେ ଏହି ବାସନ୍ଦ କରାଯାଇଛି l ମାତ୍ର କେତୋଟି ଫୁଲ ଗଛ ଓ ତୁଳସି ଗଛ କୁ ଘର ସାମ୍ନା ରେ ଲଗାଇବା ଦୋଷ କୁ ନେଇ ଗାଁ ମନ୍ଦିର କୁ ମନା, ସାହି ପଡିଶା ଙ୍କୁ ନ ମିଶିବାକୁ ବାରଣ, ଦୋକାନ ରୁ ସଉଦା ମନା, ଏପରିକି ତାଂକ ମଝିଆ ବୋହୂଙ୍କ 30 ପିଲାଙ୍କ ଟିଉସନ କୁ ମଧ୍ୟ ବନ୍ଦ କରିଦିଆଯାଇଛି l କୂଅ ରୁ ପାଣି ବି ଦିଆଯାଉନି l ସ୍ଵତନ୍ତ୍ର କଙ୍ଗାରୁ କୋର୍ଟ ରେ ଏପରି ବାସନ୍ଦ ନିଷ୍ପତି ନିଆଯାଇଛି l ସେପଟେ ଗ୍ରାମବାସୀ ଅଭିଯୋଗ କରୁଛନ୍ତି ବେହେରା ପରିବାର ରେ ପ୍ରତିପତ୍ତି ପୋଲିସ ଅଧିକାରୀ ସେମାନଂକୁ ନାଲି ଆଖି ଦେଖାଇ ଡର ଦେଖାଉଛନ୍ତି l ଗୁଣ୍ଡା ମାନଙ୍କ ପରି ଭାଇମାନେ ଧମକ ଚମକ ଦେଉଛନ୍ତି ବୋଲି ଗାଁ ସଭାପତି ଓ ସଂପାଦକ କହିଛନ୍ତି l ଗତ ସେପ୍ଟେମ୍ବର ମାସ ରେ ଗାଁ ସଭା ରେ ସାମୂହିକ ନିଷ୍ପତି ରେ ଏହି ବାସନ୍ଦ ହୋଉଛି ବୋଲି କହିଛନ୍ତି l ତେବେ ଉଭୟଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଏସପି ଙ୍କ ନିକଟରେ ଅଭିଯୋଗ ହୋଇଛି l ତେବେ ପୋଲିସ ଏ ଦିଗରେ ତଦନ୍ତ ଜାରି ରଖିଛି ଏବଂ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଏସପି ଅଭିନବ ସୋନକର | ସାମାନ୍ୟ 2 ଫୁଟ ଜାଗା ପାଇଁ ଗ୍ରାମବାସୀଙ ଓ ବେହେରା ପରିବାର ରେ ସୃଷ୍ଟି ହୋଇଥିବା ବିବାଡ ର ସମାଧାନ କୁ ଅପେକ୍ଷା l
ରିପୋର୍ଟ : ରଜତ ମହାପାତ୍ର