ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ବକେୟା ଓ ବର୍ଦ୍ଧିତ ଦରମା ପ୍ରଦାନ ଦାବି କରି ଗ୍ରୁପ ‘ଡି’ କର୍ମଚାରୀ ସଂଘ ପକ୍ଷରୁ ୨୬ ତାରିଖ ଗୁରୁବାରଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି । ଏ ସମ୍ପର୍କରେ ଏକ ବୈଠକ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିଆଯାଇଥିବା ୧୦ ଦଫା ଦାବି ଗୁଡ଼ିକ ମଧ୍ୟରେ ବର୍ଦ୍ଧିତ ଦରମା ପ୍ରଦାନ ସକାଶେ ପଦକ୍ଷେପ ଗ୍ରହଣ କରାଯାଇଥିବା ଏବଂ ବକେୟା ଦରମାକୁ ତୁରନ୍ତ ପୈଠ କରାଯିବ ବୋଲି ମେଡିକାଲ କଲେଜ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଗ୍ରୁପଡି କର୍ମଚାରୀମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଉକ୍ତ କର୍ମଚାରୀମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କନୂତନ ଓ ବର୍ଦ୍ଧିତ ପ୍ରାପ୍ୟ ପାଇବାରୁ ବଂଚିତ ରହୁଥିଲେ । ଏ ସମ୍ପର୍କରେ ସଂଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ,ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରଡିନ୍ ତଥା ପ୍ରିନ୍ସପାଲ ରାଧାମାଧବ ତ୍ରିପାଠୀ, ସୁପରିନଟେଣ୍ଡେଣ୍ଟ୍ ଡ଼.ଚରଣ ପଣ୍ଡା, ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦନାୟକ ଓ ଏକାଉଣ୍ଟସ୍ ଅଫିସର ଏବଂ ଗଞ୍ଜାମ ସିକୁ୍ୟରିଟିର ପରିଚାଳନା ନିର୍ଦ୍ଦେଶକ ଟୁନା ପାଣିଗ୍ରାହୀଙ୍କ ଉଦ୍ୟମ ଓହସ୍ତକ୍ଷେପ ଫଳରେ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସଂଗଠନର ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀ ପ୍ରକାଶ କରିଛନ୍ତି । ଏଥିସହ ଅନ୍ୟାନ୍ୟ ଦାବିଗୁଡ଼ିକ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଉପସଭାପତି ମୁଖୀ କହିଛନ୍ତି । ଗୁରୁବାର ସକାଳେ ସୁପରିନଟେଣ୍ଡଣ୍ଟ୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ମେଡିକାଲ କର୍ମଚାରୀ ଉପସ୍ଥିତିରେ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ସଂଘର ସାଧାରଣସମ୍ପାଦକ ଲାଲୁ ମୋହନ ବେହେରା, ଚନ୍ଦ୍ରୁ ପାତ୍ର, ପ୍ରକାଶ ବେହେରା, ରାଜୁ ଚିନ୍ନା, ରବି ନାରାୟଣ ବେହେରା, କେଶବନାୟକ, ଘନ ନାୟକ, ନିଳାଦ୍ରୀ ପାତ୍ର, ଆନନ୍ଦ ମିଶ୍ର, ରମେଶ ରାଓ, ଗୌରହରି ମହାପାତ୍ର, ସନାତନ ନାୟକ, ଚନ୍ଦ୍ରୁପାତ୍ର, ରାମ ଗୌଡ଼, ରୀନା ରେଡ଼ୀ, ରଞ୍ଜିତା ପାତ୍ର, ରୀତା କୁମାରୀ ବେହେରା, ଜ୍ୟୋତ୍ସ୍ନା ତ୍ରିପାଠୀ, ନନ୍ଦିନୀ ସାମନ୍ତରା, ଏଲ.ନିରଞ୍ଜନ ଦାସ, ସନିଆ ନାୟକ, ସନ୍ୟାସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ତରଫରୁ ସ୍ଥାନୀୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ବୋଲି ବରିଷ୍ଠ ସାମ୍ବାଦିକ ରବି ରଥ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା