ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗର ପାଟଣା ପଂଚାୟତର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଥିବା ଉପସ୍ୱାସ୍ଥ୍ୟ କେନ୍ଦ୍ର ଗତ ୨୦୧୮ ଡିସେମ୍ବର ୪ ତାରିଖରୁ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲେ ମଧ୍ୟ ଆଜି ଯାଏଁ କାର୍ଯ୍ୟକ୍ଷମ ହେଉନଥିବା ସେ ଅଂଚଳରୁ ରାଧାଶ୍ୟାମ ସାହୁ, ପ୍ରଫୁଲ୍ଲ ଦତ୍ତ, ଅନନ୍ତ ପଲାଇଙ୍କ ସହିତ ବହୁ ବ୍ୟକ୍ତି ଦାବୀ କରିଆସୁଛନ୍ତି । ଏହାର ସମାଧାନ ନ ହେଲେ ଅଂଚଳବାସୀଙ୍କ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ ସେଠାରେ ଏଏନ୍ଏମ୍ ଭାବେ ନିରୂପମା ମୁଖୀ କାର୍ଯ୍ୟରତ ଅଛନ୍ତି । ସେ ସପ୍ତାହର ୪ଦିନ ଫିଲ୍ଡ କାର୍ଯ୍ୟରେ ଯାଉଥିବା ଓ ୨ଦିନ ସେଠାରେ କାର୍ଯ୍ୟକରୁଥିବା ବେଳେ ରାତ୍ରିରେ ନାଜ ବସାଘର ଜଳେଶ୍ୱରରେ ରହୁଥିବା ପ୍ରକାଶ । ଏବେ ଶ୍ରୀମତୀ ମୁଖୀ ସେଠାରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ନବନିର୍ମିତ ଗୃହଟିର ସମସ୍ତ କାର୍ଯ୍ୟ ଶେଷ ହୋଇନଥିବା, ପାଚେରୀ ହୋଇନଥିବା, କବାଟ ଝରକା ବନ୍ଦ ହେବୁନଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଥିବାର ଡ. ନାୟକ କରିଛନ୍ତି । ଆଜିଠାରୁ ଠିକ୍ ଭାବେ ଏନ୍ଏମ୍ କେନ୍ଦ୍ର ପରିଚାଳନା ହେଉଥିବା ସେ ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା