ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ତରଫରୁ ଆଜି ଆଙ୍କୁଶପୁର ସ୍ଥିତ ଏମବିଏ ଓ ଡିପ୍ଲୋମା ଇଂଜିନିୟରିଙ୍ଗ ବିଭଗର ଦୁଇ ଦିନିଆ କର୍ମଶାଳାର ଶୁଭାରମ୍ଭ ହୋଇଯାଇଛି । ହାଇଦ୍ରାବାଦ ସ୍ଥିତ ‘ମେଟା ମୋର ଫିସସ’ କମ୍ପାନୀର ଉଚ୍ଚପଦସ୍ତ ଅଧିକାରୀ ମିସ. ସ୍ମିତାଗାନ୍ଧୀ, ମି. ଏଲିନା ସାଇ ପ୍ରଭିନ, ମିସ. ସିୟା ଏରୋରା, ମି. ରୀତିକ ରମେଶ ପ୍ରମୁଖ ଯୋଗ ଦେଇ ଆତ୍ମନିଯୁକ୍ତି ମାଧ୍ୟମରେ ସ୍ଵରୋଜଗାର କିପରି ହୋଇପାରିବ ସେ ନେଇ ପ୍ରଶିକ୍ଷଣ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିଲେ । ଏସଏମଆଇଟିର ସଭାପତି ଡ଼ଃ. ଭଗବାନ ଗନ୍ତାୟତ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ଏହାର ଉପଯୋଗୀତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଆୟୋଜିତ କର୍ମଶାଳାରେ ଅନୁଷ୍ଠାନର ସଂପାଦକ ଜାମୁଲା ଶଙ୍କର ନାରାୟଣ, ଅଧ୍ୟକ୍ଷ ଡ଼ଃ. ସତ୍ୟବ୍ରତ ଦାସ, ଅଧ୍ୟକ୍ଷ ଇଂ. ସୁରାଶୁ ମୋହନ ପାଢ଼ୀ, ପ୍ରଫେସର ଅମୀୟ ସାବତ, ଅଧ୍ୟାପକ ଇଂ.ସି.ଏଚ ନଟରାଜୁ, ଇଂ ଲିଙ୍ଗରାଜ ମହାନ୍ତି, ଇଂ ଅନିଲ କୁମାର ଚୌଧୁରୀ, ଇଂ ତାପସ ରଞ୍ଜନ ସାହୁ, ଇଂ. ସାନ୍ତୁନୁ ପାତ୍ର, ଅଧ୍ୟାପିକା ଶ୍ରୀମତୀ ଗାୟତ୍ରୀ ମଣ୍ଡଳଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଯୋଗଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା