


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଦ୍ୱାରା ଅଙ୍କୁଶପୁର ଠାରେ ସ୍ଥାପିତ ଯୁକ୍ତ ଦୁଇ ରେସିଡେନ୍ସିଆଲ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଫେବୃୟାରୀ ୯ ତାରିଖ ରବିବାର ଦିନ ବ୍ରହ୍ମପୁର ସ୍ଥିତ ମ୍ୟୁନିସିପାଲଟି ଟାଉନହଲ ପରିସରରେ ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ଼.ଗନ୍ତାୟତ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ଗୁଣଗାନ କରି କହିଥିଲେ ଯେ, ଏହି ଅଂଚଳର କର୍ମବୀର ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏସଏମଆଇଟି ପ୍ରତିଷ୍ଠାନ ଦ୍ୱାରା ଅଙ୍କୁଶପୁର ଠାରେ ଏହି କଲେଜ ୨୦୦୭ ଶିକ୍ଷା ବର୍ଷରୁ ଆରମ୍ଭ କରାଯାଇଛି । ଏହାର ନିଜସ୍ୱ ଜମି ଓ କୋଠାବାଡି, ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ କରି ଶତପ୍ରତିଶତ ସଫଳ ହୋଇପାରିଛି । ଡ଼. ଗନ୍ତାୟତ ଛାତ୍ରଛାତ୍ରୀମାନଙ୍କ ବିକାଶ ଓ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା, ଡ଼. ପି.ସି ସାହୁ, ଜିଲ୍ଲା ବିଜେଡି ମହିଳା ସଭାପତି ଶ୍ରୀମତୀ ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ଉପସଭାନେତ୍ରୀ ଶ୍ରୀମତୀ ସ୍ନେହଲତା ପଣ୍ଡା, ଶିକ୍ଷାବିତ ଡ଼. ରାମ ପ୍ରସାଦ ପଣ୍ଡା, ଶିକ୍ଷାବିତ ସୋନାଲି ଗନ୍ତାୟତ, ଇଂ ଦୁର୍ଗାମାଧବ ପଣ୍ଡା ପ୍ରମୁଖ ଯୋଗଦାନ କରି ଉଦବୋଧନ ଦେଇଥିଲେ । ଯୁକ୍ତ ଦୁଇ କଲେଜ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଜ୍ଞା ପଣ୍ଡା ବିବରଣୀ ପାଠ କରିଥିଲେ । ଆୟୋଜିତ ଉତ୍ସବରେ ଉପଦେଷ୍ଠା ଅମୀୟ କୁମାର ପଣ୍ଡା, ଅଧ୍ୟାପକ ମିଥୁନ କୁମାର ସାହୁ, ଅଧ୍ୟାପକ ଦୀପକ କୁମାର ଜେନା, ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ଚକ୍ର, ଅଧ୍ୟାପକ ବଳରାମ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅତି ଚିତାକର୍ଷକ ହୋଇଥିଲା । ଅନୁଷ୍ଠାନର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା








