


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସଞ୍ଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ (ଏସଏମଆଇଟି) ଅଙ୍କୁଶପୁର ସ୍ଥିତ ଏମବିଏ କଲେଜରେ ପ୍ରତିବର୍ଷ ଭଳି ଆଜି ଅଗଷ୍ଟ ୨୧ ତାରିଖ ଦିନ ଓରିଏଣ୍ଟସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏମବିଏ ପାଠ୍ୟ କ୍ରମରେ ଜଏନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୩୯ବର୍ଷର ଏହି ପୁରାତନ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ମ୍ୟାନେଜମେଣ୍ଟ ଶିକ୍ଷାଦାନର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧି ରହିଛି । ଏହି ଅନୁଷ୍ଠାନର ଶତାଧିକ କୃତି ଛାତ୍ରଛାତ୍ରୀ ନିଯୁକ୍ତି ମେଳାରେ ମନୋନୀତ ହୋଇ ବହୁ ସୁନାମଧନ୍ୟ କମ୍ପାନୀ ମାନଙ୍କରେ ଉଚ୍ଚପଦବୀରେ ନିଯୁକ୍ତି ପାଇ ଦେଶ ଓ ବିଦେଶରେ କାର୍ଯ୍ୟରତ ଅଛନ୍ତି । ଯଦ୍ୱାରା ଆଜି ଏହି ଶିକ୍ଷାନୁଷ୍ଠାନ ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି । ଡ଼.ଗନ୍ତାୟତ ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଅନୁଷ୍ଠାନ ସବୁବେଳେ ସଜାଗ ରହିଛି । ଯଦି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କ୍ଷେତ୍ରରେ କୌଣସି ଅସୁବିଧା ପରିଲକ୍ଷିତ ହେଲେ, ତୁରନ୍ତ ତାହାକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବାକୁ ସେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ନିବେଦନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଜାମ୍ମୁଲା ଶଙ୍କର ନାରାୟଣ, ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ମ୍ୟାନେଜମେଣ୍ଟ କଲେଜ ଅଧ୍ୟକ୍ଷ ଡ଼.ସତ୍ୟବ୍ରତ ଦାଶ, ଡିପ୍ଲୋମା ଇଂଜିନିୟରିଂ ଅଧ୍ୟକ୍ଷ ଇଂ.ସୁଧାଂଶୁ ମୋହନ ପାଢ଼ୀ, ଲାଇବ୍ରେରୀସାଇନସ ଅଧ୍ୟକ୍ଷ ଶିବରାମ ପଣ୍ଡା, ମ୍ୟାନେଜମେଣ୍ଟ କଲେଜର ପ୍ରଫେସର ଅମୀର କୁମାର ସାବତ, ଅଧ୍ୟାପକ ତାରାପ୍ରସାଦ ପାଢ଼ୀ, ଅଧ୍ୟାପିକା ଗାୟତ୍ରୀ ମଣ୍ଡଳ, ଅଧ୍ୟାପକ ଦିଗାମ୍ବର ମହାନ୍ତି, ଶିଶିର କୁମାର ମହାପାତ୍ର, ବିଶ୍ଵନାଥ ପାତ୍ର, ପ୍ରଦୀପ କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ . କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଡ଼.ସତ୍ୟବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା







