ଏସଏମଆଇଟି ଗ୍ରୁପର ବିଭିନ୍ନ ଅନୁଷ୍ଠାନରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସଏମଆଇଟି ଗ୍ରୁପ ଅଫ ୱିନିଷ୍ଟିଚ୍ୟୁଟ ତରଫରୁ ଆଜି ଦେଶର ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କଲେଜ ପରିସରରେ ପତାକା ଉତ୍ତୋଳନ ଉତ୍ସବ ସହ ଜାତୀୟ ସଙ୍ଗୀତ ଗାନ ଭାବ ଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହିଲପାଟଣା ସ୍ଥିତ ଏସଏମଆଇଟି କର୍ପୋରେଟ କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ଡ଼.ଭଗବାନ ଗନ୍ତାୟତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶର ମହାମନିଷୀମାନଙ୍କର ସ୍ୱାଧୀନତା ପାଇଁ ରହିଥିବା ଅବଦାନ ଓ ଆମ ପାଇଁ ଯେଉଁ ଆଇନ ପ୍ରଣୟନ କରି ଯାଇଛନ୍ତି ସେଥିରେ ଅନୁପ୍ରାଣିତ ହୋଇ ଦେଶ ସେବାରେ ମନ ଲଗାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉତ୍ସବରେ ବୃନ୍ଦାବନ ନାୟକ ସ୍ମାରକୀ ଆଇଟିଆଇ ଅଧ୍ୟକ୍ଷ ଇଂ.ରାମଚନ୍ଦ୍ର ପାତ୍ର, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଯୁକ୍ତ୨ ସାଇନ୍ସ କଲେଜ ଅଧ୍ୟକ୍ଷା ଡ଼.ଭାରତୀବାଳା ପଟ୍ଟନାୟକ, ଅଧ୍ୟାପିକା ଶ୍ରୀମତୀ ସୋନାଲି ଗନ୍ତାୟତ, ଅଧ୍ୟାପକ ହରିଶ୍ଚନ୍ଦ୍ର ବେହେରା, ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ଡ଼. ପି.ସି ସାହୁ, ପ୍ରଶାସନ ଅଧିକାରୀ ବିନାୟକ ପାତ୍ରଙ୍କ ସମେତ ତ୍ରିଭାଙ୍ଗ ପାଣିଗ୍ରାହୀ, ଅନିଲ କୁମାର ତ୍ରିପାଠୀ, ବସନ୍ତ କୁମାର ମହାରଣା, ବି.ଏନ. କର, ଜଗନ୍ନାଥ ଗନ୍ତାୟତ, ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଛାତ୍ରଛାତ୍ରୀ, କର୍ମଚାରୀ ଯୋଗ ଦେଇଥିଲେ । ସେହିଭଳି ଡ଼.ଗନ୍ତାୟତ ଚଣ୍ଡୀପଦର ସ୍ଥିତ ଏସଏମଆଇଟି ଡିଗ୍ରୀ ଇଂଜିନିୟରିଂ କଲେଜ ଓ କିଡ଼ସ ସ୍କୁଲଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼.ଡାଗନ୍ନାଥ ସାହୁ, ଅଧ୍ୟକ୍ଷା ଶ୍ରୀମତୀ ମମତା ସାହୁ, ଇଂ.ଏସ.କେ ମହାପାତ୍ର, ଇଂ. ସନ୍ତୋଷ ପଣ୍ଡା, ସୁବାଷ ଚନ୍ଦ୍ର ମିଶ୍ର, ନାରାୟଣ ପାଣିଗ୍ରାହୀ, ଡି.ପି ସିଂହଦେଓଙ୍କ ଗହଣରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଅଙ୍କୁଶପୁର କ୍ୟାମ୍ପସସ୍ଥିତ ଡିପ୍ଲୋମା ଇଂଜିନିୟରିଙ୍ଗ, ଏମବିଏ, ପିଜିଆରଏମ ଓ ଲାଇବ୍ରେରୀ ଏଣ୍ଡ ଇନଫରମେସନ ସାଇନ୍ସ କଲେଜରେ ଡ଼. ସୁଧାଂଶୁ ଶେଖର ପାଢ଼ୀ, ଅଧ୍ୟକ୍ଷ ଡ଼. ସତ୍ୟବ୍ରତ ଦାସ, ପ୍ରଫେସର ଅମୀୟ କୁମାର ସାବତ, ଇଂ. ଶାନ୍ତନୁ ପାତ୍ରଙ୍କ ଗହଣରେ ପତାକା ଉତ୍ତୋଳନ କରିଥିବା ବେଳେ ଅନୁଷ୍ଠାନର ସହ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଅଧ୍ୟକ୍ଷ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ଗହଣରେ ହିଞ୍ଜିଳିକାଟୁ ଠାରେ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିସ ମିଡିୟମ ସ୍କୁଲ ଓ ଏସଏମଆଇଟି ଆଇଟିଆଇ ଅନୁଷ୍ଠାନ ଠାରେ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ଅନୁଷ୍ଠାନ ତରଫରୁ ଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ, ଶିକ୍ଷକଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା