ଏସଏମଆଇଟି ସଭାପତି ଡ଼.ଭଗବାନ ଗନ୍ତାୟତଙ୍କୁ ଭାରତଗୌରବ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସ୍ଥିତ ସଞ୍ଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ (ଏସଏମଆଇଟି)ର ସଭାପତି ଡ଼.ଭଗବାନ ଗନ୍ତାୟତଙ୍କୁ ବି ଗ୍ଲୋବାଲ ଏଚିଭର ଫାଉଣ୍ଡେସନ, ନୂଆଦିଲ୍ଲୀ ତରଫରୁ ଚଳିତ ନଭେମ୍ବର ୯ ତାରିଖ ଶନିବାର ଦିନ ନାଇଟସ୍ପଟ ବେସ ରୁମ, ସାଇଗନ ଭିଏତନାମ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସେମିନାର ସମ୍ବର୍ଦ୍ଧନା ଉତ୍ସବରେ ଡ଼.ଭଗବାନ ଗନ୍ତାୟତଙ୍କୁ ଭାରତ ଗୌରବ ଆୱାର୍ଡ-୨୦୧୯ ସହ ମେଡଲ ନାମକ ଅର୍ନ୍ତଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନ ଜନକ ଆୱାର୍ଡ ସମସ୍ତ ଦିଗରୁ ଯଥା ମାନବ ବିକାଶ, ମାନବ ଶ୍ରେଷ୍ଠ, ଶିକ୍ଷା, ସଂସ୍କୃତି, ସାମାଜିକ ସେବା ଇତ୍ୟାଦି କାର୍ଯ୍ୟରେ ଚରମ ପରାକାଷ୍ଠା ତଥା ନିଃସ୍ୱାର୍ଥପର ଭାବେ ପ୍ରତିଷ୍ଠା ପାଇଥିବା ବିରଳ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଇଥାଏ । ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଯୋଗୁଁ ଡ଼.ଗନ୍ତାୟତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ ଉତ୍ସବରେ ମି.ଭି ସୋନି ଫରମେର ଏମ୍ବାସିଡ଼ର ଅଫ ଇଣ୍ଡିଆ ସାଇଗନ ଓ ଡ଼.ଶେଖର ରେଡ୍ଡୀ କନସଲେର ଜେନେରାଲ ଅଫ ଇଣ୍ଡିଆ ସାଇଗନ ମିଳିତ ଭାବେ ଏହି ଆୱାର୍ଡ ପ୍ରଦାନ କରିଥିଲେ । ତାଙ୍କ ସହ ଡେଭିଡ କିଲଟନ, ପ୍ରିନସିପାଲ ଇଣ୍ଟର ପବ୍ଲିକ ସ୍କୁଲ, ମି. ମହେଶ ଆନନ୍ଦ, ଭାଇସ ପ୍ରେସିଡେଣ୍ଟ ଇଣ୍ଡିଆନ ଟ୍ରେଡ଼ ଏସୋସିଏସନ ଇନ ଭିଏତନାମ, ଡ଼. ମହେନ୍ଦ୍ର ଚନ୍ଦ୍ର ଧଳ ଅଧ୍ୟକ୍ଷ, ଆଦର୍ଶ ସମୂହ ପ୍ରତିଷ୍ଠାନ, ନିର୍ଦ୍ଦେଶକ ଡ଼. ଧରଣୀଧର ନାଥ, ଆଦର୍ଶ କଲେଜ ଅଫ ଇଂଜିନିୟରିଂ, ଯୋଗଦାନ କରିଥିଲେ । ଡ଼. ଗନ୍ତାୟତନ୍କ ସହଧର୍ମିଣୀ ଶ୍ରୀମତୀ ରଞ୍ଜିତା ଗନ୍ତାୟତ, ସମାଜସେବିକା ତାଙ୍କ ସହ ମଧ୍ୟ ଉପସ୍ଥିତ ଥିଲେ । ଡ଼.ଗନ୍ତାୟତ ଏହିଭଳି ୪୬ ଗୋଟି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇପାରିଛନ୍ତି । ଡ଼.ଗନ୍ତାୟତ ଏହି ପୁରସ୍କାର ପାଇବା ପରେ କହିଛନ୍ତି ଯେ, ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଗୌରବଜନିତ ପୁରସ୍କାର । ଏହି ପୁରସ୍କାର ପାଇ ସେ ନିଜକୁ ଗୌରବାନ୍ୱିତ କରିବା ସଂଗେ ସଂଗେ ଏସଏମଆଇଟିର କୃତି ଛାତ୍ରଛାତ୍ରୀମାନେ ଯେପରି ଦେଶ ବିଦେଶରେ କର୍ମ ନିଯୁକ୍ତି ପାଇ ସୁନାମ ଅର୍ଜନ କରିବେ ସେଥିପାଇଁ ସେ ଉଦ୍ୟମ ସଦାସର୍ବଦା ଜାରି ରଖିବେ । ଡ଼.ଗନ୍ତାୟତଙ୍କୁ ଏହି ପୁରସ୍କାର ମିଳିବ ଅବସରରେ ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା, ଅଧ୍ୟକ୍ଷ ଡ଼. ଜଗନ୍ନାଥ ସାହୁ, ଇଂ.ସୁଧାଂଶୁ ମୋହନ ପାଢ଼ୀ, ପ୍ରଫେସର ଡ଼.ସତ୍ୟବ୍ରତ ଦାସ, ପ୍ରଫେସର ଅମୀୟ କୁମାର ସାବତ, ଇଂ.ଏନ.ପି ସାହୁ, ପ୍ରଫେସର ଜିତେନ୍ଦ୍ର କୁମାର ସାହୁ, ଡ଼. ମନୋଜ କୁମାର ମୁନି, ଡ଼. ମଞ୍ଜୁପ୍ରଭା ଦାସ, ଇଂ.ରାମଚନ୍ଦ୍ର ପାତ୍ର, ଡ଼. ଭାରତୀବାଳା ପଟ୍ଟନାୟକ ସମେତ ସହରର ବୁଦ୍ଧିଜୀବୀ, ଏସଏମଆଇଟିର ସମସ୍ତ ସଭ୍ୟ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା, ରବି ପଟ୍ଟନାୟକ