ନୂଆଦିଲ୍ଲୀ : ଅଷ୍ଟାଦଶ ଏସୀୟ କ୍ରୀଡାର ପଦକ ବିଜୟୀ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ବାସ ଭବନଠାରେ ଭାବ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦକ ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏସୀୟ କ୍ରୀଡାରେ ଶ୍ରେଷ୍ଠ ପଦକ ତାଲିକା ପାଇଁ ସେମାନଙ୍କର ଉଦାହରଣମୂଳକ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ପଦକ ବିଜୟୀ ଖେଳାଳିମାନଙ୍କୁ ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଭାରତର ମର୍ୟ୍ୟଦା ଏବଂ ଗୌରବକୁ ବୃଦ୍ଧି କରିଛି । ସେ ଆଶା ପ୍ରକାଶ କରିଥିଲେ ଯେ ପଦକ ବିଜୟୀ ଖେଳାଳିମାନେ ବିନମ୍ର ହୋଇ ରହିବେ ଏବଂ ଯେପରି ଭାବେ ଯଶ ଓ ଖ୍ୟାତି ଯୋଗୁ ଖେଳ ଉପରୁ ସେମାନଙ୍କ ଧ୍ୟାନ ହଟାଇବେ ନାହିଁ । ପ୍ରଧାନମନ୍ତ୍ରୀ ପଦକ ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏସୀୟ କ୍ରୀଡାରେ ଶ୍ରେଷ୍ଠ ପଦକ ତାଲିକା ପାଇଁ ସେମାନଙ୍କର ଉଦାହରଣମୂଳକ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ପଦକ ବିଜୟୀ ଖେଳାଳିମାନଙ୍କୁ ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଭାରତର ମର୍ୟ୍ୟଦା ଏବଂ ଗୌରବକୁ ବୃଦ୍ଧି କରିଛି । ସେ ଆଶା ପ୍ରକାଶ କରିଥିଲେ ଯେ ପଦକ ବିଜୟୀ ଖେଳାଳିମାନେ ବିନମ୍ର ହୋଇ ରହିବେ ଏବଂ ଯେପରି ଭାବେ ଯଶ ଓ ଖ୍ୟାତି ଯୋଗୁ ଖେଳ ଉପରୁ ସେମାନଙ୍କ ଧ୍ୟାନ ହଟାଇବେ ନାହିଁ । ପ୍ରଧାନମନ୍ତ୍ରୀ ପଦକ ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏସୀୟ କ୍ରୀଡାରେ ଶ୍ରେଷ୍ଠ ପଦକ ତାଲିକା ପାଇଁ ସେମାନଙ୍କର ଉଦାହରଣମୂଳକ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ପଦକ ବିଜୟୀ ଖେଳାଳିମାନଙ୍କୁ ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଭାରତର ମର୍ୟ୍ୟଦା ଏବଂ ଗୌରବକୁ ବୃଦ୍ଧି କରିଛି । ସେ ଆଶା ପ୍ରକାଶ କରିଥିଲେ ଯେ ପଦକ ବିଜୟୀ ଖେଳାଳିମାନେ ବିନମ୍ର ହୋଇ ରହିବେ ଏବଂ ଯେପରି ଭାବେ ଯଶ ଓ ଖ୍ୟାତି ଯୋଗୁ ଖେଳ ଉପରୁ ସେମାନଙ୍କ ଧ୍ୟାନ ହଟାଇବେ ନାହିଁ । ଏହିପରି ସଂଘର୍ଷ ମଧ୍ୟ ଦେଇ ଗତିକରି ଦେଶ ପାଇଁ ପଦକ ବିଜୟୀ ହୋଇଥିବା ଖେଳାଳିମାନଙ୍କ ନାମ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡିଥିଲେ । ସେମାନଙ୍କ ବିଭାଗ ପ୍ରତି ସେମାନଙ୍କର ଦୃଢ଼ତା ଏବଂ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ସଲାମ କରିଥିଲେ ଏବଂ ଆଶାପ୍ରକାଶ କରିଥିଲେ ଯେ ସେମାନଙ୍କ ପ୍ରୟାସ ଦ୍ୱାରା ଦେଶର ଅନ୍ୟ ଜନସାଧାରଣ ଅନୁପ୍ରାଣିତ ହେବେ । ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ପ୍ରେରଣା ଦେଇ କହିଥିଲେ ଯେ ସେମାନେ ଯେପରି ସେମାନଙ୍କ ସଫଳତା ପାଖରେ ଅଟକି ଯିବେ ନାହିଁ । ଆହୁରି ଅନେକ ଗୌରବ ଆଣିବା ପାଇଁ ଅଧିକ ପ୍ରୟାସ କରିବା ପାଇଁ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଲେ ଯେ ପଦକ ବିଜୟୀ ଖେଳାଳିମାନଙ୍କ ପାଇଁ ପ୍ରକୃତ ଆହ୍ୱାନ ଏବେ ଆରମ୍ଭ ହେବ ଏବଂ ଅଲିମ୍ପିକ ପୋଡିଅମରେ ଠିଆ ହେବା ନେଇ ସେମାନଙ୍କ ଲକ୍ଷ୍ୟ ପଥରୁ ସେମାନେ ଯେପରି ଭାବେ ଆଦୌ ବିଚ୍ୟୁତ ହେବେ ନାହିଁ । ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ଉପସ୍ଥିତ ଥିଲେ । ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ କର୍ଣ୍ଣେଲ ରାଠୋର କହିଥିଲେ ଯେ ପଦକ ତାଲିକାରେ ଉନ୍ନତି ଆଣିବା ଏବଂ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୃଷ୍ଟି ଏବଂ ସରକାରଙ୍କ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଇଣ୍ଡୋନେସିଆର ଜାକର୍ତ୍ତା ଏବଂ ପାଲେମବାଙ୍ଗଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡାରେ ଭାରତ ମୋଟ ୬୯ଟି ମେଡାଲ ଜିତି ରେକର୍ଡ ସୃଷ୍ଟି କରିଛି । ଏହା ୨୦୧୦ରେ ଅନୁଷ୍ଠିତ ଗ୍ୱାଙ୍ଗଝୁ ଏସୀୟ କ୍ରୀଡାର ୬୫ ମେଡାଲ ବିଜୟର ପୂର୍ବ ରେକର୍ଡକୁ ଅତିକ୍ରମ କରିପାରିଛି ।