
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଘରୋଇ ସର୍ବପୁରାତନ ଶିକ୍ଷା ଅନୁଷ୍ଠାନ ଏସଏମଆଇଟିର ଯୁକ୍ତ ଦୁଇ ମହାବିଦ୍ୟାଳୟରେ ନବମ ବାର୍ଷିକ କ୍ରୀଡା ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚି ପ୍ରକାରେ ଅନୁଷ୍ଠାନର ସଭାପତି ଡ. ଭଗବାନ ଗନ୍ତାୟତ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଗହଣରେ ନିକଟସ୍ଥ ବୁଢ଼ୀମାଁ ଠାକୁରାଣୀ ମନ୍ଦିର ଠାରୁ ଅନୁଷ୍ଠିନିକ ପତାକା ଦେଖାଇ ମାରାଥନ ଯାତ୍ରା ସହ ଶୁଭାରମ୍ଭ କରିଥିଲେ । ଏଥିରେ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମନୋଜ କୁମାର ମୁନି ଓ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଜ୍ଞା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ଆବଶ୍ୟକୀୟ କେଳକୁଦ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏସ.ଏମ.ଆଇ.ଟି ଆଙ୍କୁଶପୁର ବି ଖେଳ ପଡିଆରେ କ୍ରିକେଟ, ଫୁଟବଲ, ଭଲିବଲ, ବାସ୍କେଟବଲ, ବ୍ୟାଡମିଣ୍ଟନ, କବାଡି ଓ ଦୌଡ ଆଦି ବିଭିନ୍ନ ପ୍ରତିଯୋଗିତାରେ ଚାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏସଏମଆଇଟି ସଭାପତି ଡ. ଭଗବାନ ଗନ୍ତାୟତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଚାତ୍ରଛାତ୍ରୀମାନେ ପାଠ ପଡିବା ସଙ୍ଗେ ସଙ୍ଗେ ଦୈନନ୍ଦିନ ବ୍ୟାୟାମ ପ୍ରତି ଧ୍ୟାନ ଦେବା ଉଚିତ । ଅନୁଷ୍ଠାନର ଅଧ୍ୟାପକ ମିଥୁନ କୁମାର ସାହୁ, ଦୀପକ କୁମାର ଜେନା, ଅମୀୟ କୁମାର ପଣ୍ଡା, ସନ୍ଧ୍ୟାରାଣୀ, ବଳରାମ ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ପ୍ରତିଯୋଗିତାଗୁଡିକୁ ପରିଚାଳନା କରିଥିଲେ ।

ରିପୋର୍ଟ : ରବି ପଟ୍ଟନାୟକ





