ଏ.ଆଇ.ଏସ.ଏଫ ର ମାତୃଭାଷା ପ୍ରେମ,ଓଡ଼ିଆରେ ଲେଖାଗଲା “ମୋ ବସ”

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ମୋ ବସ ସେବା ସେବାକୁ ଅଖିଳ ଭାରତ ଛାତ୍ର ସଙ୍ଘ ରାଜ୍ୟ ପରିଷଦ ସ୍ୱାଗତ କରୁଛି। ମାତ୍ର ପରିତାପର ବିଷୟ ଆଜି ଯେତେବେଳେ ଓଡ଼ିଆ ଭାଷାରେ ଓଡ଼ିଶାରେ ଶାସନ ହେବା ପାଇଁ ରାଜ୍ୟ ସରକାର ବିଭିନ ଉଦ୍ୟମ ଆରମ୍ଭ କରିଛନ୍ତି। ଆଇନ ସଂଶୋଧନ ପାଇଁ ବିଧେୟକ ଆଣିଛନ୍ତି। ଏ ସମସ୍ତ କଥାକୁ ବେଖାତିର କରି ୧୯୫୬ ମସିହାର ଭାଷା ଆଇନ କୁ ମଧ୍ୟ ଉଲଂଘନ କରାଯାଇ ସି.ଆର.ୟୁ.ଟି ବସ ଉପରେ କେବଳ ଇଂରାଜୀ ଭାଷାରେ MO BUS ଲେଖିଛନ୍ତି, ଯାହାକୁ ଏ.ଆଇ.ଏସ.ଏଫ ଦୃଢ଼ ନିନ୍ଦା କରୁଛି। ଏ ସମ୍ପର୍କରେ ଗତ ୯/୧୨/୨୦୧୮ ରିଖରେ E-Mail ଜରିଆରେ ଅଭିଯୋଗ କରାଯାଇଥିଲା। କିନ୍ତୁ ସେଠାରୁ କୌଣସି ପ୍ରକାର ଉତ୍ତର ନ ମିଳିବାରୁ ପୁଣି ଏ.ଆଇ.ଏସ.ଏଫ ତରଫରୁ ଏକ ଲିଖିତ ଅଭିଯୋଗ ପତ୍ର ଦିଆଯାଇଥିଲା। ଉକ୍ତ ପତ୍ରରେ ଡ଼ିସେମ୍ବର ୧୭ ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିବା ସହ ଯଦି କାର୍ଯ୍ୟକାରୀ ନ ହୁଏ ତେବେ ଏ.ଆଇ.ଏସ.ଏଫ ନିଜେ ଓଡ଼ିଆରେ ଲେଖିବା ପାଇଁ ମଧ୍ୟ ଚେତାବନୀ ଦେଇଥିଲା। କିନ୍ତୁ ପରିତାପର ବିଷୟ ଏହାକୁ କତ୍ତୃପକ୍ଷ ଅଣଦେଖା କରିଛନ୍ତି ତାହାରି ପ୍ରତିବାଦରେ ଏ.ଆଇ.ଏସ.ଏଫ ନିଷ୍ପତି ପ୍ରକାରେ ଆଜି ଛାତ୍ର ସଙ୍ଘ ପକ୍ଷରୁ 50 ଟି ବସ ରେ ଓଡ଼ିଆରେ ଷ୍ଟିକରିଙ୍ଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଙ୍କୁ ଚେତାବନୀ ଦିଆଯାଇଛି ଯେ ଆସନ୍ତା ଯେତେ ବସ ସରକାରଙ୍କ ଦ୍ୱାରା ଚଳାଯିବ ତାହା ଓଡ଼ିଆ ଲେଖାଯାଉ ନଚେତ ଏ.ଆଇ.ଏସ.ଏଫ ଏହାକୁ ନେଇ ଏକ ଉଗ୍ର ଆନ୍ଦୋଳନ କରିବ ଏବଂ ସରକାର ଏଥି ପାଇଁ ଦାୟୀ ରହିବେ। ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତ ଛାତ୍ର ସଙ୍ଘର ରାଜ୍ୟ ସଭାପତି ସାଥି ସଂଘମିତ୍ରା ଜେନା, ରାଜ୍ୟ ସମ୍ପାଦକ ସାଥି ଜଗନ୍ନାଥ ପାତ୍ର ସମେତ ଦେଶପ୍ରୀୟ ପଣ୍ଡା, ଶଙ୍କର ବାରିକ, ସୌମ୍ୟରଂଜନ ପ୍ରଧାନ,ସୌମ୍ୟରଂଜନ ପାତ୍ର,ବିରେଶ ପଲେଇ, ରିଙ୍କି ବେହେରା, ସୁଚିସ୍ମିତା ଜେନା, ମାମୁନି ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର