ଓକିଲମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଷପୁତ୍ତଳିକା ଦାହ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ରାଜ୍ୟ ହାଇକୋର୍ଟ ବାରଆସୋସିଏସନଙ୍କ ନିର୍ଦେଶ ଅନୁଯାଇ ଢେଙ୍କାନାଳ ଓକିଲ ସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଢେଙ୍କାନାଳ ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଓକିଲ ପୋଲିସ ମୁହାଁମୁହିଁ ଦୁଇ ମାସ ହେଲା ଚାଲିଥିବା ବେଳେ ସରକାର ସମାଧାନ କରିବା ପରିବର୍ତ୍ତେ  ଓକିଲ ସଂଘକୁ ଦୁଇଫାଳ କରି ବିଭ୍ରାନ୍ତି ଓ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି ବୋଲି ନାରା ଦେଇ ନବୀନ ପଟ୍ଟନାୟକ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଯେ ପର୍ଯ୍ୟନ୍ତ ଓକିଲଙ୍କୁ ନ୍ୟାୟ ନ ମିଳିଛି ରାଜ୍ୟ ଓକିଲ ସଂଘର ଆନ୍ଦୋଳନ ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଢେଙ୍କାନାଳରେ ଚାଲୁ ରହିବ ବୋଲି ଢେଙ୍କାନାଳର ଓକିଲ ସଂଘ କହିଛନ୍ତି ।    (ରିପୋର୍ଟ : ଶୁଭମ ପାଣି)