ଓଡିଆ ପାଇଲଟଙ୍କୁ ଉଦ୍ଧାର କରିବା ପାଇଁ ରାଜନାଥଙ୍କୁ ଚିଠି ଲେଖିଲେ ଆସିକା ସାଂସଦ ପ୍ରମିଳା ବିଶୋଇ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଆ ପାଇଲଟଙ୍କୁ ଶିଘ୍ର ଉଦ୍ଧାର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି ଆସ୍କା ନବନିର୍ବାଚିତ ସାଂସଦ ପ୍ରମିଳା ବିଷୋୟୀ । ସେ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠିରେ ନିବେଦନ କରିଛନ୍ତି । ଚିଠିରେ ପ୍ରମିଳା ବିଷୋୟୀ ବାୟୁସେନାରେ ନିଖୋଜ ଏନ -୩୨ରେ ଥିବା ଓଡିଆ ପାଇଲଟ ସୁନୀତ ମାହାନ୍ତିଙ୍କ ସମେତ ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ସେ ଚିଠିରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ସୁନୀତଙ୍କ ଘର ପ୍ରମିଳାଙ୍କ ନିର୍ବାଚନୀ ମଣ୍ଡଳିରେ ବୋଲି ଜଣାପଡିଛି । ସୁନୀତଙ୍କ ଘର ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟ ନଗରରେ । ଗତ ଏନ-୩୨ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଗୌହାଟି ଉଡାଣ ଆରମ୍ଭ କରିଥିଲା । ଏହା ଉଡାଣର ଘଣ୍ଟାଏ ପରେ କେଉଁଆଡେ ନିଖୋଜ ହୋଇଯାଇଥିଲା । ତେବେ ଏହି ୧୩ ଜଣ ଯାତ୍ରୀଙ୍କ ମଧ୍ୟରେ ଫ୍ଲାଇଟ ଲେଫ୍ଟଲାଣ୍ଟ ସୁମିତ ମହାନ୍ତି ରହିଥିଲେ । ତେବେ ନିଖୋଜ ବାୟୁସେନା ବିମାନର ତଲାସି ପାଇଁ ଉଭୟ ଜଳ, ସ୍ଥଳ ଓ ବାୟୁସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତଲାସୀ କାର୍ଯ୍ୟରେ ବାୟୁସେନାର ସି -୧୩୦ ଜେ, ଏମଆଇ -୧୭, ଏଏନ-୩୨ ଏବଂ ଏଏଲଏ ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ସେହଭଳି ବିମାନରେ ଥିବା କର୍ମଚାରୀଙ୍କ ପରିବାର ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଉଛି ।

ରିପୋର୍ଟ : ଆକାଶ ମିଶ୍ର