

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଶ୍ୱ ପରିବେଶକୁ ସନ୍ତୁଳିତ ରଖିବା ଲାଗି ବୃକ୍ଷ ରୋପଣ ଏକମାତ୍ର ବିକଳ୍ପ ବୋଲି ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ଅଗ୍ରୱାଲା ସୀମାନ୍ତ ବିଦ୍ୟାଳୟରେ ଆଜି ରବିବାର ଅପରାହ୍ନରେ ବୃକ୍ଷରୋପଣ କରି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି । ସମସ୍ତେ ଅତିକମ୍ରେ ୫ଟି ବୃକ୍ଷ ରୋପଣ କରିବା ଉଚିତ୍ ବୋଲି ସେ କହିଥିଲେ । ଓଡିଆ ମୋ ପରିବାର ପକ୍ଷରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଜେଡି ଯୁବ ସଭାପତି ଆନନ୍ଦ କର, ବିନ୍ଦୁବାଳା ନନ୍ଦୀ, ମଧୁସୂଦନ ସେନାପତି, ଚନ୍ଦନ କର, ରାସବିହାରୀ ରଣା, ସୂରଜ ଚୌରାସିଆ ପ୍ରମୁଖ ଯୋଗ ଦେଇଥିଲେ ।