ଓଡିଶାରେ ଏନ୍‌ପିଆର୍ କାର୍ଯ୍ୟକାରୀ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାରାଦେଶରେ ଏବଂ ଓଡିଶାରେ ଲକ୍ଷ ଲକ୍ଷ ସଂଖ୍ୟାରେ ସାଧାରଣ ଜନତା, ଯୁବଛାତ୍ର, ଓ ମହିଳାମାନେ ଶାନ୍ତିପୂର୍ଣ୍ଣଭାବେ ନାଗରିକତା ସଂଶୋଧନ ଆଇନ୍‌-୨୦୧୯ (ସିଏଏ), ଜାତୀୟ ନାଗରିକ ପଂଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଂଜିକା (ଏନପିଆର୍‌)କୁ ବିରୋଧ କରୁଛନ୍ତି । ମାତ୍ର ଏନ୍‌ଆର୍‌ସି ହେବା ପୂର୍ବରୁ ଏନ୍‌ପିଆର୍ ହେଉଛି ପ୍ରାଥମିକ ପଦକ୍ଷେପ । ସୁତରାଂ ଭାରତବର୍ଷର ପ୍ରାୟ ଅଧିକାଂଶ ଅଣବିଜେବି ରାଜ୍ୟମାନେ ଏନ୍‌ପିଆର୍ କାର୍ଯ୍ୟକାରୀ କରିବେ ନାର୍ହି ବୋଲି ଘୋଷଣା କରିଛନ୍ତି । ଏ ସଂକ୍ରନ୍ତରେ ବିଧାନ ସଭାରେ ପ୍ରସ୍ତାବ ପାରିତ ହୋଇଛି । ଏହି ପୃଷ୍ଠଭୂମୀରେ ଓଡିଶା ସରକାର ଜାତୀୟ ଜନସଂଖ୍ୟା ପଂଜିକା ପ୍ରକ୍ରିୟାରୁ ଓହରି ଯିବା ପାଇଁ ଆମେ ଦାବି ଜଣାଉଛୁ । ଏହି ସଂକ୍ରାନ୍ତରେ ଓଡିଶା ବିଧାନସଭାରେ ପାରିତ କରିବା ପାଇଁ ଆଜି ଶୁକ୍ରବାର ପୂର୍ବାହ୍ନରେ ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ସଂଗଠନ ପକ୍ଷରୁ ଦିଲ୍ଲିପ କୁମାର ଗିରି, ଜିତାଂଶୁ ସେଖର ନନ୍ଦି, ସତ୍ୟସୂ ନ୍ଦର ଦାସ, ରବିନ୍ଦ୍ର ବାରିକ, ଶିଶିର ହୁଇ, ରିଆଜ ଖାଁ, ରାଜେନ୍ଦ୍ର ନାଥ ସିଂ, ସେକ୍ ହାସିରୁଦ୍ଦିନ ବକ୍ସ ପ୍ରମୁ ଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା