ଓଡିଶାର ସୁନ୍ଦରଗଡ ଜିଲ୍ଲାହକିର ଏନ୍ତୁଡିଶାଳ : ଜୁଏଲ ଓରାମ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ହକି ବିଶ୍ୱକପ୍ ଆଳରେ ବିଜେଡି ସରକାର ଦଳୀୟ ପ୍ରଚାର ପ୍ରସାର କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନିଜର ପରିଚୟ ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଓଡିଶାର ସୁନ୍ଦରଗଡ ଜିଲ୍ଲା ହକିର ଏନ୍ତୁଡିଶାଳ । ସେଠାରୁ ବହୁ ଜାତୀୟ ଓ ଆନ୍ତଜାର୍ତୀୟ ହକି ଖେଳାଳୀ ବାହାରୁଛନ୍ତି । ସେହି ଜିଲ୍ଲାରେ ହକି କୁ ଆହୁରି କିପରି ପ୍ରୋତ୍ସାହିତ କରାଯାଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ହକିକୁ ନେଇ ରାଜନୀତି ନ କରନ୍ତୁ ବୋଲି ସେ ଏକ ସାକ୍ଷାତ କାରରେ  କହିଛନ୍ତି । ଅନ୍ୟପକ୍ଷରେ ବିଧାୟକ ଦିଲ୍ଲୀପ ରାୟ ଦଳ ଛାଡିବା  ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଦଳ ଛାଡିବା ତାଙ୍କର ନିଜସ୍ୱ ନିଷ୍ପତି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟହସ୍ପିଟାଲ କରିବାପାଇଁ କେନ୍ଦ୍ରସରକାର ଯେଉଁ ପ୍ରତିଶ୍ରୁତି ଦେଇ ଥିଲେ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଦିଲ୍ଲୀପଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଭଲ ରହିଛି । ସେ ଛୋଟ ନୁହନ୍ତି ଯେ ତାଙ୍କୁ ବୁଝାଇବାକୁ ପଡିବ ଏଥିପାଇଁ ଦଳର ବରିଷ୍ଠ ନେତା ରହିଛନ୍ତି । ସେ କାମ ପାଇଁ ଦଳ ଛାଡୁ ନାହାନ୍ତି । ଏହା ପଛରେ ରାଜନୈତିକ କାରଣ ରହିଛି । ସେ ଦଳ ଛାଡିଲେ ଆମର କ୍ଷତି ହେବ ଏବଂ ଆମେ ତାକୁ ଭରଣା କରିବୁ ।ଏହାର ଜବାବରେ  ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ ସୁନ୍ଦରଗଡରେ ହକି ର ଯେଉଁ ଉନ୍ନତି ଘଟିଛି ତାହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇଛି । ଭୁବନେଶ୍ୱରରେ ଯେଉଁ ବିଶ୍ୱ କପ୍ ହକିର ଆୟୋଜନ କରାଯାଇଛି ତାହା ବିଶ୍ୱ ଦରବାରରେ ଓଡିଶାକୁ ପରିଚୟ ଦେବ ।

ରିପୋର୍ଟ : ଆକାଶ ମିଶ୍ର