

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଓଡିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ୟୁନିୟନ ଗଜପତି ଜିଲ୍ଲା କମିଟି ପକ୍ଷରୁ ସର୍ବନିମ୍ନ ଦୈନିକ ମଜୁରୀ, ସମାନ କାମକୁ ସମାନ ଦରମା ଓ ନିୟମିତ ନିଯୁକ୍ତି ଦାବିରେ ଶ୍ରମ କାର୍ଯ୍ୟାଳୟ ଘେରାଉ କରି ବୁଧବାର ତଥା ତା ୧୮ ସେପ୍ଟେମ୍ବର ୨୦୧୯ ରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେହି ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ, ସରକାରଙ୍କ ପତ୍ର ନଂ.୪୮୨୦/ ୨୭.୫.୧୯ରେ ଜଣାଇଛନ୍ତି ଯେ, ସମସ୍ତ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ପାଇଁ କିନ୍ତୁ ଗଜପତି ଜିଲ୍ଲା କର୍ମଚାରୀଙ୍କ ପକ୍ଷେ ତାହା କାର୍ଯ୍ୟକାରୀ କରାଯାଉନାହିଁ । ଏଣୁ ସମସ୍ତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରାଯାଉ । ପ୍ରତିମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରାଯାଉ । ଆଉଟସର୍ସିଂ ମାଧ୍ୟମରେ କର୍ମଚାରୀଙ୍କୁ ରଖାଯାଉଥିବାରୁ ଯଦି ଭବିଷ୍ୟତରେ ସଂସ୍ଥା ପରିବର୍ତ୍ତନ ହୁଏ ତେବେ ଯେଉଁ ସଂସ୍ଥା ରହିବ ତାହା ଅଧୀନରେ କର୍ମଚାରୀଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
