ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା କୃଷକ ସଭା ଓ ସାରା ଭାରତ କ୍ଷେତ ମଜଦୁର ୟୁନିୟନ, ଜଳେଶ୍ୱର ବ୍ଲକ ପକ୍ଷରୁ ଆଜି ପୂର୍ବାହ୍ନରେ ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ପୂରଣ ପାଇଁ ଗଣଧାରଣା ଦିଆଯାଇଥିଲା । ସମସ୍ତ ପଂଜିକୃତ ଚାଷୀଙ୍କୁ କାଳିଆ ଓ ପ୍ରଧାନମନ୍ତ୍ରୀ କିଷନା ଯୋଜନା ବାବଦ ଟଙ୍କା ପ୍ରଦାନ କରିବା, ବୁଲବୁଲ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ କରିବା, ଉଭୟ ସରକାରୀ ଓ ବେସରକାରୀ ଧାନଖଟି ଗୁଡିକୁ ସରକାରୀ ମୂଲ୍ୟରେ ଧାନ କିଣିବାପାଇଁ ଆଇନ୍ ପ୍ରଣୟନ କରିବ. ସମସ୍ତ ଚାଷୀଙ୍କୁ କୃଷିଋଣ ଛାଡ କରିବା, ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ଦାମରେ କୃଷକଙ୍କ ଠାରୁ ଫସଲ କିଣିବା, ସାର, ବିହନ, ବିଜୁଳି ସହ ସମସ୍ତ କୃଷି ଉପକରଣର ଦାମ ହ୍ରାସ କରିବା, ଧାନ କିଣିବାପାଇଁ ସମବାୟ ସମିତିେରେ ଟୋକନ୍ ବ୍ୟବସ୍ଥା ବନ୍ଦ କରି ପୂର୍ବବ୍ୟବସ୍ଥା କାଏକ କରିବା, ଆଧାର ସଂଯୋଗ ନାମରେ ରେସନ୍କାର୍ଡ କାଟିବା ବନ୍ଦ କରିବା, ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନର କାମ ଓ ଦୈନିକ ୫୦୦ଟଙ୍କା ମଜୁରୀ ପ୍ରଦାନ କରିବା, ୬୦ବର୍ଷରୁ ଉଧ୍ୱର୍ ଶ୍ରମଜିବୀ ଓ କୃଷକମାନଙ୍କୁ ମାସକୁ ୬୦୦୦ଟଙ୍କା ପେନ୍ସନ ପ୍ରଦାନ କରିବା, ପେଟ୍ରୋ ପଣ୍ୟ ସହ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଦାମ୍ ହ୍ରାସ କରିବା ଓ ସାମ୍ପ୍ରଦାୟିକ ବିଭାଜନ ବନ୍ଦ କରି ସାମ୍ପ୍ରତିକ ପରିସ୍ଥିତି ବଜାଇ ରଖିବା ପ୍ରଭୃତି ୧୨ଦଫା ଦାବି ନେଇ ସେଠାରେ ଆନ୍ଦୋଳନକାରୀମାନେ ଧାରଣା ଦେଇଥିଲେ । ଦୀପ୍ତିମାନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସଭାରେ କୃଷକସଭା ଜିଲା ସମ୍ବାଦକ ସିତାଂଶୁ ସେନାପତି, ବ୍ଲକ ସଭାପତି ଗଣେଶ ଭୂୟାଁ, ବ୍ଲକ ସଂପାଦକ ରବିନ୍ଦ୍ର ବାରିକ, ରାଜ୍ୟ ନେତା ଶିଶିର ହୁଇ, ରାଜପୁର ସରପଂଚ ଦିଲ୍ଲିପ ପରିଡା, ନିର୍ମଳ ପରିଡା, ରତନ ଦାସ, ଅବଦୁଲ ରହିମ ଖାଁ, ଜୀବନ ପରିଡା, ଯତିନ୍ ଜେନା, ନିରୋଜ ବେହେରା, ନରେନ୍ ସିଂ, ସେକ୍ ଅବଦୁଲ ସାଦ୍ଦିକ, ଆରତୀ ପଲାଇ, ମିନତୀ ବାରିକ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଶେଷରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ବିଡିଓଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା