ଓଡିଶା ଡ୍ରାଇଭର ମହାସଂଘରେ ଯୋଗ ଦେଲେ ଜଳେଶ୍ୱରରୁ ୩୫୦ ଡ୍ରାଇଭର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଙ୍ଘମ୍ ଶଣରଂ ଗଚ୍ଛାମି ନିତୀ ଗଣତନ୍ତ୍ର ରାଷ୍ଟ୍ରରେ ନାର୍ଯ୍ୟ ଦାବି ପୂରଣ ଲାଗି ଏକ ନିଆରା ପରମ୍ପରା ରହିଆସିଛି । ଅଦ୍ୟାବଧି ଡ୍ରାଇଭରମାନେ ସଂଘବଦ୍ଧଭାବେ ରାଜ୍ୟରେ କାର୍ଯ୍ୟ କରୁନଥିବା ବେଳେ ଏଣିକି ସମଷ୍ଟିଗତଭାବେ କାର୍ଯ୍ୟ କରିବାଲାଗି ଗଠିତ ହୋଇ ଓଡିଶା ଡ୍ରାଇଭର ମହାସଂଘ । କରୋନା ତାଲାବନ୍ଦ ପରେ ନିଜର ଦୁଃଖ କଷ୍ଟ ଓ ସଂଘଗତ ସ୍ଥିତି ବୃଦ୍ଧି କରିବାଲାଗି ସଂଘ ପକ୍ଷରୁ ହୋଇଥିବା ଦାବି ମଧ୍ୟରୁ ୮ଦଫା ଦାବୀ ସରକାର ପୂରଣ କରିଛନ୍ତି । ଆଗକୁ ଆଉକିଛି ଦାବି ପୂରଣ ଲାଗି ରାଜ୍ୟ ସଂଘର ଶକ୍ତିବୃଦ୍ଧି ଲାଗି ଜଳେଶ୍ୱରର ୩୫୦ ଡ୍ରାଇଭର ମହାସଂଘରେ ସମ୍ମିଳିତ ହୋଇଛନ୍ତି । ଆଜି ସୁବର୍ଣ୍ଣରେଖା ନଦୀକୂଳ ବିଜୁସେତୁ ଶିଖରପୁର ନିକଟରେ ସେମାନେ ସମ୍ମିଳିତ ହୋଇ ନିଜର ଦାବି ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ଆବାହକ ଚନ୍ଦନ ଭଟାଚାର୍ଯ୍ୟ, ସଭାପତି ସପନ କୁମାର ଜେନା, ସଂପାଦକ ଅଶୋକ ଗିରି, କମଳ ଲୋଚନ ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ପାଳ, ସଂଚୟ କୁମାର ପାତ୍ର, ରାଜୀବ ଅଣ୍ଡିଆ, ସତ୍ୟନାରାୟଣ ସେନାପତି, କାର୍ତ୍ତିକ ମହାନ୍ତି ଓ ଗୋପାଳ ଦାସଙ୍କ ନେତୃତ୍ୱରେ ଏପରି ସାମଗ୍ରୀକ କାର୍ଯ୍ୟ ଚାଲୁଥିବା ସଂପର୍କରେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା