ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତରେ ଓଡିଶା ମୋ ପରିବାରର ଜୀବନବିନ୍ଦୁ ପକ୍ଷରୁ ପ୍ରାପ୍ତି କଲ୍ୟାଣି ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବାଷ ମହାରଣା, ବିଜୟ ସାମଲ, ଏମ.ଡି.ଫୈଜ଼, ମୋଦନ ଦଳାଇ, ଅଜିତ ପାଣ୍ଡ, ଆଦିତ୍ୟ ପଟ୍ଟନାୟକ, ତେଜ଼ ସ୍ୱାମି, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ ୫୦ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଛି । ଶେଷରେ ବିଧାୟକ ସମସ୍ତ ମୁସଲିମ ରକ୍ତଦାତା ଭାଇ ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।