ଓଡିଶା ରେଡକ୍ରସର ରିଲିଫ ପ୍ରସ୍ତୁତିରେ କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳଙ୍କ ଯୋଗଦାନ

ଭୁବନେଶ୍ୱର (ଆକାଶ ମିଶ୍ର) -ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ତରଫରୁ  ଗଞ୍ଜାମ ଜିଲ୍ଲାର ଆସ୍କା  ଏବଂ ଗଜପତି ଜିଲ୍ଲାର ମୋହନା ଅଂଚଳର ତିତଲି ବାତ୍ୟା ଯୋଗୁ ପ୍ରଭାବିତ ୫୦୦ ପରିବାରମାନଙ୍କୁ  ରିଲିଫ ଯୋଗାଇ ଦିଆଯାଇଛି ।ଓଡିଶା ରେଡକ୍ରସ ରାଜ୍ୟ ଶାଖାର ସଭାପତି ତଥା ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଯୋଗ ଦେଇ ଉପସ୍ଥିତ ସମସ୍ତ ସ୍ୱେଚ୍ଛାସେବୀ ଓ ରେଡକ୍ରସ କର୍ମଚାରୀ ମାନଙ୍କୁ ତ୍ୱରାନିତ ରିଲିଫ୍ କାର୍ଯ୍ୟରେ ଉତ୍ସାହିତ କରିବା ସହ ସେମାନଙ୍କ କାର୍ଯ୍ୟଶୈଳି ଦେଖି ଭୁୟସି ପ୍ରଶଂସା କରିଥିଲେ । ଏଥିସହ ଅଧିକରୁ ଅଧିକ ରିଲିଫ ସାମଗ୍ରୀ ପ୍ରପିଡିତମାନଙ୍କ ମଧ୍ୟରେ କିପରି ବିତରଣ କରାଯାଇପାରିବ ସେ ବିଷୟରେ ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ବିନାୟକ ପ୍ରସାଦ ପୃଷ୍ଟି ଓ ଅବୈତନିକ ଯୁଗ୍ମ ସଚିବ ତଥା ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ. କଳ୍ପନା ଦାସ୍ଙ୍କ ସହ ଆଲୋଚନା କରିଥିଲେ ।ପ୍ରତ୍ୟେକ ପରିବାରକୁ ରେଡକ୍ରସ ତରଫରୁ ଶାଢୀ, ଧୋତି, ତଉଲିଆ, ମଶାରୀ, ବିଛଣା ଚଦର, ଷ୍ଟୋଭ୍, ରୋଷେଇ ସରଞ୍ଜାମ, ଜାରିକେନ୍, ପ୍ଲାଷ୍ଟିକ୍ ବାଲ୍ଟି, କମ୍ବଳ, ହାଇଜେନ୍ କିଟ୍ ଏବଂ ତାରପୋଲିନ ଆଦି ଯୋଗାଇ ଦିଆଯାଇଅଛିାରେଡକ୍ରସ୍ର ପରାମର୍ଶଦାତା  ଚନ୍ଦନ କୁମାର ମହାନ୍ତି, ଆଜୀବନ ସଦଶ୍ୟ ପ୍ରଫେସର ମଳୟ କୁମାର ମହାନ୍ତି  ଯୁବ ରେଡକ୍ରସ ପରାମର୍ଶଦାତା ଲଷ୍ମଣ  ସ୍ୱାଇଁ, ସୁଶୀଲ କୁମାର ପଟ୍ଟନାୟକ, ବନ୍ୟା ପ୍ରପୀଡିତ ଅଂଚଳରେ ପହଂଚି ରିଲିଫ ବଂଟନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ  ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ବିନାୟକ ପ୍ରସାଦ ପୃଷ୍ଟି ଓ ଅବୈତନିକ ଯୁଗ୍ମ ସଚିବ ତଥା ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ. କଳ୍ପନା ଦାସ୍ଙ୍କ ତତ୍ୱାବଧାନରେ ରେଡକ୍ରସର କର୍ମଚାରୀମାନେ ରିଲିଫ ପ୍ରସ୍ତୁତିରେ ସହଯୋଗ କରିଥିଲେ ।