ଓଡିଶା ଶିକ୍ଷା ସେବା ଅଧିକାରୀଙ୍କ ସମୂହ ଛୁଟି ଡାକରା ପ୍ରତ୍ୟାହୃତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କ ପାଇଁ ୧୯୭୧ ମସିହାର ନିଯୁକ୍ତି ନିୟମାବଳୀ ଆଧାରରେ ଏକ କ୍ୟାଡର ରୁଲ ପ୍ରଣୟନ ହୋଇ ନଥିବାରୁ ଉକ୍ତ ସେବାର ଅଧିକାରୀମାନେ ଚାକିରୀ କ୍ଷେତ୍ରରେ ବହୁ ଭାବେ ଉପେକ୍ଷିତ ହେଉଥିଲେ । ସେଥିପାଇଁ କ୍ୟାଡର ପୁନର୍ଗଠନ ଓ କ୍ୟାଡର ରୁଲ ପ୍ରଣୟନ ପାଇଁ ଦିର୍ଘ ଦିନ ଧରି ଦାବି କରି ଆସୁଥିଲେ ଓ ଗତ ୧୯ ରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମେମୋରାଣ୍ଡମ ପ୍ରଦାନ ସଙ୍ଗେ ସଙ୍ଗେ କ୍ୟାଡର ରୁଲ ପ୍ରଣୟନ ନହେଲେ ଆସନ୍ତା ନଭେମ୍ବର ୨୬ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶିକ୍ଷା ସେବା ଅଧିକାରୀମାନଙ୍କର ଏହି ନ୍ୟାର୍ଯ୍ୟ ଦାବି ପ୍ରତି ସହୃଦୟତାର ସହ ବିଚାର କରି ଗତକାଲି ମୁଖ୍ୟ ଶାସନ ସଚିବ ତାଙ୍କ ଅଧ୍ୟକ୍ଷରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଶିକ୍ଷା ସେବା ଅଧିକାରୀଙ୍କ କ୍ୟାଡର ପୁନର୍ଗଠନ ଓ କ୍ୟାଡର ରୁଲ ପ୍ରଣୟନ ପାଇଁ ନିଷ୍ପତ୍ତି ନେଇଛନ୍ତି । ସଂଘର କର୍ମକର୍ତ୍ତାଙ୍କୁ ଡାକି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ଵିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବହୁ ପ୍ରତିକ୍ଷୀତ କ୍ୟାଡର ରୁଲ ଆସନ୍ତା ଏକ ମାସ ଅର୍ଥାତ ନବ ବର୍ଷ ପୂର୍ବରୁ ପ୍ରଣୟନ ହେବାର ପ୍ରତିଶୃତି ଦେଇଥିବାରୁ ଓଡିଶା ଶିକ୍ଷା ସେବା ସଂଘ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅର୍ଥ ବିଭଗ, ଶାସନ ସଚିବ ବିଦ୍ୟାଳୟ, ଗଣ ଶିକ୍ଷା ବିଭାଗ ଆଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ ଆସନ୍ତା ୨୬ ତାରିଖରୁ ପ୍ରସ୍ତାବିତ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖି ସମସ୍ତ ଶିକ୍ଷା ସେବା ଅଧିକାରୀମାନେ କାର୍ଯ୍ୟ କରିବା ପାଇଁ ସଂଘର ସଭାପତି ପ୍ରଦୀପ କୁମାର ନାୟକ ଓ ସାଧାରଣ ସମ୍ପାଦକ ଡ. ସନାତନ ପଣ୍ଡା ଅନୁରୋଧ କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା