

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ନୋଳିଅନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ସତରଞ୍ଜି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ବ୍ଲକର ଗୋଷ୍ଠୀ ଉନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦେଶ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଠିକ ଭାବରେ ଲୋକଙ୍କ ନିକଟରେ ପହଞ୍ଚିପାରୁଛି କି ନାହିଁ ତାହା ଉପରେ ଜନସାଧାରଣଙ୍କ ନିକଟକୁ ଯାଇ ଜନ ସାଧାରଣଙ୍କ ସହ ଚଟାଣରେ ବସି ସବୁ ବିଭାଗର ଅଧିକାରୀ ଗଣ ସିଧାସଳଖ ଆଲୋଚନା କରିବେ ଏବଂ ଲୋକମାନଙ୍କ ମତାମତ ନେଇ ପ୍ରକଳ୍ପ ଗୁଡିକୁ କିପରି ଭାବରେ ଆହୁରି ସରଳୀକରଣ ହୋଇପାରିବ ତା ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ କୃଷ୍ନା କୁମାରୀ ନନ୍ଦ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢ଼ୀ, ଏମ.ଆଇ ନିଖିଳ ମୋହନ ବସ୍ତିଆ, ଏପିଓ ଅର୍ଚ୍ଚିତା ପାଣିଗ୍ରାହୀ, ଓଡିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା, ସରପଞ୍ଚ ପି.ସୀମାଦ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ପଞ୍ଚାୟତସ୍ତରୀୟ ମହାସଂଘର ସିଆରପି ଟିକିନା ତରାଇ, ବ୍ୟାଙ୍କ ମିତ୍ର ସୁମିତ୍ରା ପଲେଇ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମୀମାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ହୋଇଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

