ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ସପ୍ତମ ଦିନରେ ପହଁଚିଛି । ଆଜି ଓଡିଶା ସ୍ଥିର ସରକାର ରହିବା ପରେ ବି ରାଜ୍ୟର ଆର୍ଥିକ ଅବସ୍ଥା ଏମିତି କଣ ହେଲା ଯେ ସରକାର ଏକ ଅସାମ୍ବିଧାନିକ ଚୁକ୍ତିଭିତ୍ତିକ ନିୟମ ପ୍ରଣୟନ କରି ଗ୍ରୁପ ବି,ସି ଓ ଡି କର୍ମଚାରୀମାନଙ୍କ ନିଯୁକ୍ତିକୁ ଠିକା କରିଛନ୍ତି । ଆମ ରାଜ୍ୟର ବଜେଟ୍ ଯଦି ବଳକା ହୋଇପାରିଛି ତେବେ ଆମର ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ପରି ଗରିବ ରାଜ୍ୟରେ ନିୟମିତ ଭାବେ ନିଯୁକ୍ତି ମିଳୁଥିବା ବେଳେ ଓଡ଼ିଶାରେ କ’ଣ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତିର ଅନବରତ ଧାରା ବଜାୟ ରଖାଯାଉଛି । ବହୁ ଆନ୍ଦୋଳନ, ଆଲୋଚନା ଓ ପର୍ଯ୍ୟାଲୋଚନା ସରକାରଙ୍କ ସହ କରା ହୋଇଥିଲେ ମଧ୍ୟ ସରକାର ଖାଲି ପ୍ରତିଶୃତି ଦେଇ ଯୁବ କର୍ମଚାରୀ ମାନଙ୍କୁ ଠକି ଚାଲିଛନ୍ତି । ବିଶ୍ଵାସର ଗଣତାନ୍ତ୍ରିକ ପ୍ରଥାକୁ ବି ସରକାର ସାମାନ୍ୟତମ ସମ୍ମାନ ଦଉନାହାଁନ୍ତି ଅଭିଯୋଗ କରାଯାଇଛି । ଏହାସହ ଯୁବ କର୍ମଚାରୀ ମାନଙ୍କ ସହିବାର ଧର୍ଯ୍ୟ ବି ଶେଷ ହୋଇଛି । ସେଥିପାଇଁ ଏହି କୁତ୍ସିତ ଚୁକ୍ତିଭିତ୍ତିକ ନିଯୁକ୍ତି ବିରୋଦ୍ଧରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଗତ ସାତ ଦିନ ଧରି ଡିଜିଟାଲ ଆନ୍ଦୋଳନ ଚଳାଇ ଆସିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନେ ସାମିଲ ହୋଇଛନ୍ତି । ଏହାକୁ ନେଇ ଜିଲ୍ଲା କାର୍ଯ୍ୟାଳୟରୁ ନେଇ ଲୋକସେବା ଭବନ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍ତରରେ ଆଲୋଚନା ହେଉଛି । ଦିନକୁ ଦିନ ଆନ୍ଦୋଳନ ଉଗ୍ର ହବା ସହ ଯେତେଦିନ ପର୍ଯ୍ୟନ୍ତ ଏହି ଶ୍ରେଣୀୟ କର୍ମଚାରୀଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳିଛି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହାସଂଘର ସଭାପତି ବିଜୟ ମଲ୍ଲ, ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ୱଜିତ୍ ବିଶ୍ୱାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ସୁରେଶ ମହାନ୍ତି, ଦେବାଶିଷ ନାୟକ, ରାଜେନ୍ଦ୍ର ମଲ୍ଲିକ, ସନ୍ତୋଷ ଗୌଡ଼, ଅମୂଲ୍ୟ କୁମାର ଭାରିମଲ୍ଲ, ବିଜୟ ସାହୁ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତିରେ ଚେତାବନୀ ଦେଇଥିବା ସଂଘର ସଭାପତି ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ