ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱର ବ୍ଲକର କଳିକାପୁର ଗାଁର ଅନନ୍ତ ବେହେରାଙ୍କ ବଡ ପୁଅ ଧନଞ୍ଜୟ ବେହେରା ଓମାନ୍ ରାଷ୍ଟ୍ରର ରାଜଧାନୀ ମସ୍କଟରେ ଏକ କମ୍ପାନୀରେ ୨୦୧୬ରୁ କାର୍ଯ୍ୟକରି ଆସୁଥିଲେ । କିନ୍ତୁ ଗତ ୪-୬-୨୦ରେ ତାଙ୍କ ସ୍ୱାବ ଟେଷ୍ଟରେ କରୋନା ପଜେଟିଭ୍ ଆସିଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ତାଙ୍କୁ ୪-୭-୨୦ରେ ସୂଚନା ଦେବା ସହିତ ସେଠାକାର କ୍ୱାରାଣ୍ଟିନ୍ରେ ରହିବାର ବ୍ୟବସ୍ଥା କରିଥିଲେ । ଗତ ଜୁଲାଇ ୧୦ତାରିଖରେ ସେଠାକାର କ୍ୱରାଣ୍ଟାଇନ୍ ସେ ଗୁରୁତର ହେବାରୁ ତାଙ୍କୁ ସେଠାକାର କୋଭିଦ୍ ହସ୍ପିଟାଲ ରେନାଇସାନ୍ସ୍ର ଆଇସିୟୁର ଭେଣ୍ଟିଲେଟରରେ ଭର୍ତ୍ତୀ କରାଯାଇଥିଲା । ଏବେ ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି ବୋଲି ତାଙ୍କ ସ୍ତ୍ରୀ ସ୍ରୋତସ୍ୱିନୀ ବେହେରା, ଦାଦା ଅଭୟ ବେହେରା, ଗାଁ ମୁଖ୍ୟ ଅନୀଲ ମହାନ୍ତି ଓ ବର୍ତ୍ତନାର ସରପଞ୍ଚ ପଦ୍ମଲୋଚନ ବେହେରା ଆଜି ଶନିବାର ଗଣମାଧ୍ୟମାଧମର ଦୃଷ୍ଟି ଆକର୍ଷଣ କରିଛନ୍ତି । କଂଗ୍ରେସ ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ଓ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଧନଞ୍ଜୟଙ୍କ ଚିକିତ୍ସା ଲାଗି ଦୁବାଇ ଓ ଓମାନ୍ରେ ଥିବା ଓଡିଆ ସମାଜ ସହିତ ଯୋଗାଯୋଗ କରିଛନ୍ତି । କିନ୍ତୁ ସେଠାକାର ଭାରତୀୟ ଦୁତାବାସ ସହିତ ରାଜ୍ୟ ସରକାର ଓ ବାଲେଶ୍ୱର ଜିଲାପାଳ ଯୋଗାଯୋଗ କରି ମାନବୀୟ ସହାୟତାର ହାତବଢାଇ ଧନଞ୍ଜୟ ବେହେରାଙ୍କ ଚିକିତ୍ସା ଓ ଓଡିଶାକୁ ଫେରାଇ ଆଣିବାର ବନ୍ଦୋବସ୍ତ କରିବାକୁ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା