ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଣେ ମେଧାବୀ, ଶାନ୍ତ ଓ ପ୍ରଶାସନୀକ ସେବାରେ ଚାକିରୀ କରିବାର ସ୍ୱପ୍ନ ଦେଖୁଥିବା ଓମ୍ ପ୍ରସାଦ ମହାନ୍ତି ଆଜି ଆଇ.ଏ.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଓଡିଶାର ୨୦ଜଣ ଆଇ.ଏ.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓମ୍ ପ୍ରସାଦ ମହାନ୍ତି ଅନ୍ୟତମ । କଟକର ଆଠଗଡ ଅଂଚଳରେ ବାପା ଗୌରିଶଂକର ମହାନ୍ତି ଓ ମାତା ସୁପ୍ରଭା ମହାନ୍ତିଙ୍କ କୂଳ ମଣ୍ଡନ କରିଥିଲେ ମଧ୍ୟ ବହୁ ସମୟରେ ଶ୍ୱଶୁର ଘର ଜଳେଶ୍ୱରର ଶାନ୍ତିଆରେ ଅତିବାହିତ କରିଥାନ୍ତି । ସେ ଜଳେଶ୍ୱରର ପାଣି ପବନ ସହିତ ଓତଃପ୍ରତଃଭାବେ ଜଡିତ ଥିବା ବେଳେ ଶ୍ୱଶୁର ଡ. ଲଳିତ ରଂଜନ ସେନାପତି, ଶାଶୁ ଚାରୁବାଳା ସେନାପତି ଓ ସ୍ତ୍ରୀ ସୌମ୍ୟଶ୍ରୀ ସେନାପତିଙ୍କ ଅଧିକ ପ୍ରତ୍ସାହନରେ ଆଇ.ଏସ୍.ଏସ୍ ପରୀକ୍ଷାପାଇଁ ପ୍ରସ୍ତୁତି ହୋଇ ଶେଷରେ ସଫଳ ହୋଇଥିବା ଶ୍ୱଶୁର ପ୍ରାଧ୍ୟାପକ ଡ. ଲଳିତ ରଂଜନ ସେନାପତି ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି । ଓମ୍ପ୍ରସାଦ ଯାଜପୁର ଜିଲାର ଜିନ୍ଦଲ କମ୍ପାନୀରେ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ସମୟରେ ସେଠାରୁ ଛୁଟିରେ ଆସି ଦିଲ୍ଲୀରେ ଆ.ଏସ୍.ଏସ୍ କୋଚିଂ ନେଇଥିଲେ । ସେ ଓ.ଏସ୍ ପରୀକ୍ଷାରେ ମଧ୍ୟ ସଫଳ ହୋଇଥିଲେ । ଆଜି ସେ ଓଏସ୍ ରେ ଜଏନ୍ କରିବାପାଇଁ ଗଲାବେଳେ ହଠାତ୍ ଖବର ପାଇ ଘରକୁ ଫେରିଛନ୍ତି । ସେ ଦିନକୁ ୧୦ ଘଣ୍ଟାରୁ ଅଧିକ ସମୟ ପରୀକ୍ଷାପାଇଁ ପ୍ରସ୍ତୁତି ହେଉଥିବା ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ କହିଛନ୍ତି । ତାଙ୍କର ସଫଳତାର ଶ୍ରେୟ ବାପା, ମା, ଶ୍ୱଶୁର, ଶାଶୁ, ପରିବାରବର୍ଗଙ୍କ ସହିତ ସ୍ତ୍ରୀ ସୌମ୍ୟଶ୍ରୀ ସେନାପତିଙ୍କୁ ପ୍ରଦାନ କରିଛନ୍ତି । ଫଳରେ ଜଳେଶ୍ୱର ଅଂଚଳରେ ଆନନ୍ଦର ଲହରୀ ଖେଳି ଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା