ବାଲେଶ୍ଵର (ସମୃଦ୍ଧ ଓଡିଶା) ଓଷ୍ଟା ଆନୁକୂଲ୍ୟରେ ସାରା ରାଜ୍ୟରେ ଆୟୋଜିତ ହୋଇଥିବା ମେଧାବୃତ୍ତି ପରୀକ୍ଷା ୨୦୧୮ରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା, ସିମୁଳିଆ ବ୍ଲକ ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଅମରଜ୍ୟୋତି ପାଣିଗ୍ରାହୀ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା, ବ୍ଲକ ତଥା କ୍ଷିରକୋଣା ବିଦ୍ୟାଳୟର ଗର୍ବ ଗୌରବ ଆଣି ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବାରୁ ତାଙ୍କୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଅମରଜ୍ୟୋତି ଜେଏସଏମଓ ରେ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ସ୍ଥାନ, ଏନଆରଟିଏସ ରେ ସିମୁଳିଆ ବ୍ଲକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ସ୍ଥାନ, ପଠାଣି ସାମନ୍ତ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା, ବ୍ଲକ ତଥା କ୍ଷିରକୋଣା ବିଦ୍ୟାଳୟ ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି । ସଂଗ୍ରାମ କେଶରୀ ପାଣିଗ୍ରାହୀ, ବନ୍ଦିତା ପାଣିଗ୍ରାହୀଙ୍କ ଏକମାତ୍ର ସନ୍ତାନ ତଥା କ୍ଷିରକୋଣା ନୋଡାଲ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କରୁଣାକର ପାଣିଗ୍ରାହୀଙ୍କ ନାତି ଅମରଜ୍ୟୋତି ଜଣେ ମେଧାବୀ ଛାତ୍ର । ସେହିପରି ଉକ୍ତ ବିଦ୍ୟାଳୟର ଛାତ୍ର ନିହାର ରଞ୍ଜନ ଶତପଥି କ୍ଷିରକୋଣା ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି । ବାଟି ପଞ୍ଚାୟତ ହାଇସ୍କୁଲର ଛାତ୍ର ସୂର୍ଯ୍ୟକାନ୍ତ ପାଢ଼ୀ ଅଧିକ ନମ୍ବର ରଖି ପୁରସ୍କୃତ ହୋଇଛନ୍ତି । ଉକ୍ତ କ୍ଷିରକୋଣା ସ୍କୁଲରେ ଏହିଭଳି ମେଧାବୀ ଛାତ୍ର ଥିବାବେଳେ ଉପଯୁକ୍ତ ଶିକ୍ଷାଦାନ ପାଇଁ ଶିକ୍ଷକଙ୍କର ଅଭାବ ଦେଖା ଦେଇଛି ଯାହାକି ମେଧାବୀ ଛାତ୍ରଙ୍କର ପାଠ ପଢ଼ାରେ ବାଧା ଉପୁଜୁ ଥିବା କୁହାଯାଉଛି । ଏହି ଶିକ୍ଷକ ଅଭାବ ପାଇଁ ଶିକ୍ଷା ମନ୍ତୀ, ଶିକ୍ଷା ସଚିବ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାର, ସମସ୍ତ ରାଜନେତାଙ୍କୁ ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କିଛି ସୁଫଳ ମିଳି ପାରି ନାହିଁ ଯାହାକି ବହୁତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି ବୋଲି ଅଭିଯୋଗ ହୋଇଛି । ସରକାର ଏଥିପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନର ଉଗ୍ର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି ।
ରିପୋର୍ଟ : ସୁଶାନ୍ତ କୁମାର ନାୟକ