ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟରେ ଶିକ୍ଷା ଶିକ୍ଷକ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ଲାଗି କାର୍ଯ୍ୟ କରି ଆସୁଥିବା ଓଷ୍ଟା ଶିଶୁ ପ୍ରତିଭା ଅନ୍ୱେଷଣ ଲାଗି ରାଜ୍ୟ ସ୍ତରୀୟୀ ଶିଶୁ ଉତ୍ସବ କେବଳ କଟକରେ ସିମୀତ ନ ରଖି ଓଡିଶା ବିଭିନ୍ନ ପ୍ରାନ୍ତରେ କରିବା ଲାଗି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମତବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ବାଲେଶ୍ୱର ଜିଲା ସ୍ତରୀୟ ଓଷ୍ଟାର ୩୮ତମ ଶିଶୁ ଉତ୍ସବ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି । ବାଲେଶ୍ୱର ଜିଲାର ୧୫ଟି ମଣ୍ଡଳରୁ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥତିରେ ଉଦଘାଟିତ ହୋଇଥିବା ଏହି ଉତ୍ସବରେ ଓଷ୍ଟାର ଜିଲ୍ଲା ସଭାପତି ବାଦଲଚନ୍ଦ୍ର ପାତ୍ର ପୌରହିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ କହିଲେ ଶିକ୍ଷକ ଜାତି ମାନବ ସମାଜର ନମସ୍ୟ । ଶିକ୍ଷକ ମାନଙ୍କର ବହୁ ସମସ୍ୟା ଓ ବିଭିନ୍ନ ବର୍ଗ ଥିବା ବେଳେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ସ୍ଥାୟୀ ସମାଧାନ ଲାଗି ସଂଘ କାର୍ଯ୍ୟ କଲେ ସେ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା ଓ ଗୃହ ବିଭାଗ ପ୍ରତି ଗୁରୁତ୍ୱ ଦିଆଯିବା ଉଚିତ୍ । ବାଲେଶ୍ୱର କେବଳ ବ୍ୟାସକବି ଫକୀରମୋହନ, କବିବର ରାଧାନାଥ ଏବଂ ଭକ୍ତକବି ଦୀନକୃଷ୍ଣଙ୍କ ଅମରମାଟି ନୁହେଁ ବରଂ ବିପ୍ଳବୀ ବାଘାଯତିନଙ୍କର ମାଟି । ଓଶିଶାର ଶିଶୁ ଉତ୍କର୍ଷତାର ପ୍ରତିପାଦନ କରିବା ଲାଗି ଶିକ୍ଷା କରୁ ବୋଲି କହିଥିଲେ । ଏଥିରେ ମୁଖ୍ୟବକ୍ତ ଭାବେ ବାଲେଶ୍ୱର ଜିଲ୍ଲାଶିକ୍ଷା ଜିଲ୍ଲା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ବିକାଶ କରିବା ଲାଗି ଏହି ଉତ୍ସବ ଏକ ବଳିଷ୍ଟ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ, ଓଷ୍ଟାର ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ରାଜ୍ୟ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା ପ୍ରମୁଖ ଯୋଗ ଦେଇ ଉଧବୋଧନ ଦେଇଲ ଦୀର୍ଘ ୪୦ ବର୍ଷ ଧରି ଓଷ୍ଟା ଶିଶୁ ଉତ୍ସବ ପାଳନ କରୁଥିବା ବେଳେ ଗତବର୍ଷ ବାଲେଶ୍ୱର ଜିଲ୍ଲାର ୨୬ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିଥିବା ସଂପର୍କରେ କହିଥିଲେ । ପ୍ରାରମ୍ଭରେ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଓଷ୍ଟାର ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ଲାଗି ଅନନ୍ତ କୁମାର ବିଶ୍ୱାଳ, ରବିନ୍ଦ୍ର ନାଥ ପ୍ରଧାନ, ପ୍ରମଦେ କୁମାର ପଣ୍ଡା, ଛାତ୍ର ଅମରଜ୍ୟୋତି ପାଣିଗ୍ରାହୀ ଓ ସତ୍ୟଜିତ୍ ପ୍ରଧାନଙ୍କୁ ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଷ୍ଟାର ଜଳେଶ୍ୱର ମଣ୍ଡଳ ସମ୍ପାଦକ ଡ. ଅଜିତ୍ କୁମାର ମହାନ୍ତି ଓ ରାଇବଣିଆ ସମ୍ବାଦକ ବଂଶୀଧର ବାରିକ ପରିଚାଳନା କରିଥିବା ବେଳେ ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ଓଷ୍ଟା ସଭାପତି ଇନ୍ଦୁମାଧବ ମହାନ୍ତି, ପୂର୍ବତନ ଜଳେଶ୍ୱର ବ୍ଲକ ସଂପାଦକ ଶଶାଙ୍କ ସେଖର ମହାନ୍ତି, ଡ. ରମାକାନ୍ତ ଭଂଜ, ପରିଚାଳନା କମିଟି ସଦସ୍ୟ ଡ. ଈଶ୍ୱର ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା