ଓଡ଼ିଶା ବିଧାନସଭା ଉପବାଚସ୍ପତି ହେବେ ରଜନୀକାନ୍ତ ସିଂହ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୨୦୧୯ ସାଧାରଣ ନିର୍ବାଚନରେ ଅନୁଗୁଳ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେଡିର ରଜନୀକାନ୍ତ ସିଂ ବିଧାନସଭାର ନୂଆ ଉପ ବାଚସ୍ପତି ହେବେ ବୋଲି ସୂଚନା ମିଳିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉପବାଚସ୍ପତି ପଦ ପାଇଁ ଶ୍ରୀ ସିଂଙ୍କ ନାମ ପ୍ରସ୍ତାବିତ କରିଛନ୍ତି । ମିଳିକଥିବା ସୂଚନା ଅନୁଯାୟୀ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସକୁ ଯଥେଷ୍ଟ ଆସନ ବିଧାନସଭାରେ ନମିଳିଥିବାରୁ ଶ୍ରୀ ସିଂ ଏକ ପ୍ରକାର ଉପବାଚସ୍ପତି ହେବା ସୁନିଶ୍ଚିତ ହୋଇଯାଇଛି । ସୂଚନାଯୋଗ୍ୟ, ବିଜେଡି ବରିଷ୍ଠ ନେତା ତଥା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ହୋଇଥିବା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର