

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆଜି କଂଗ୍ରେସ ଦଳର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ କାର୍ଯ୍ୟାଳୟରେ ଥିବା ସ୍ୱର୍ଗତ ଜବାହାରଲାଲ ନେହେରୁ, ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ ପ୍ରମୁଖଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାସହ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏହି ପ୍ରତିଷ୍ଠା ଦିବସ ଯୋଗଦେଇ କଂଗ୍ରେସ ଦଳର ବିଭିନ୍ନ ପ୍ରତିଷ୍ଠାତାଙ୍କ ତ୍ୟାଗ ଓ ଆଦର୍ଶ ଉପରେ ଆଲୋକପାତ କରାଇଥିଲେ । ସମସ୍ତ କର୍ମୀଙ୍କୁ ଏହି ଆଦର୍ଶରେ ଚାଲିବାକୁ କହିଥିଲେ । ଏହି ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ, ସୂର୍ଯ୍ୟ ନାରାୟଣ ପାତ୍ର, ଲବ ସାହୁ, କୁନା ମାଝୀ ପ୍ରମୁଖଙ୍କ ସମେତ କଂଗ୍ରେସର ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

