
ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ବିଭିନ୍ନ ସ୍ଥାନରେ ସାଂଗଠନିକ ଦୃଷ୍ଟିରୁ କଂଗ୍ରେସର ବିପର୍ଯ୍ୟୟ ଘଟିଆସୁଥିବା ବେଳେ ଆଜି ଜଳେଶ୍ୱର ବ୍ଲକର ଉପାନ୍ତ ନଛିମପୁର ପଞ୍ଚାୟତରୁ ସଂଗଠନ ବୃଦ୍ଧିଲାଗି କାର୍ଯ୍ୟପନ୍ଥା ବୃଦ୍ଧି କରାଯାଇଛି । ସଂଗଠନକୁ ମଜ୍ବୁତ୍ ଓ ସୃଙ୍ଖଳିତ କରିବା ପାଇଁ ଉପାନ୍ତ ନଛିମପୁର ପଞ୍ଚାୟତର ସରପଂଚ ଦୀପାଳୀ ଜେନା ପ୍ରୟାସ ଆରମ୍ଭ କରିଛନ୍ତି । ପୂର୍ବତନ କଂଗ୍ରେସ ନେତା ଏବଂ ଏବର ଯୁବଶକ୍ତିକୁ ନେଇ ସେ ଆରମ୍ଭ କରିଥିବା ମିଶ୍ରଣ ପର୍ବଟି ଆମ୍ବଳିଅଠା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଧିରେନ୍ଦ୍ର କର, ରବିନ୍ଦ୍ର କର, ଗୋପାଳ କର, ନନ୍ଦନ କର, ଶଂକର କର, ନାରାୟଣ କର, ସପନ କର, ତପନ କର, ମୂରଲୀ କର, ପାର୍ଥସାରଥି ଜେନା ଓ ଅନ୍ୟ କେତେକ ଗ୍ରାମବାସୀ କଂଗ୍ରେସର ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ମିଶ୍ରଣ ପର୍ବରେ ଯୋଗ ଦେବା ସହିତ କଂଗ୍ରେସର ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ । ପଞ୍ଚାୟତ ସଭାପତି ଚିତ୍ତରଂଜନ ପରିଡା, ପୂର୍ବତନ ସରପଂଚ ବିନୟ ଜେନା, ସରପଂଚ ପ୍ରତିନିଧି ସପନ ଜେନା, ବ୍ଲକ ସଦସ୍ୟ ପ୍ରତିନିଧି ସୁବିର ଜେନା, ସଂପାଦକ ଲକ୍ଷତମୀଧର ଗିରି, ସୁଶାନ୍ତ ଦେ, ପ୍ରଣବ ଜେନା, ଆଶୀଷ ଜେନା, ଅକ୍ଷୟ ଜେନା, ନରୋତ୍ତମ ଗିରି, ସୁଶାନ୍ତ ପାତ୍ର, ଗୋପୀନାଥ ଜେନା ପ୍ରମୁଖ ନୂତନ ସଦସ୍ୟମାନଙ୍କୁ ଅଭିବାଦନ ଜଣାଇଥିଲେ । ସରପଂଚ ଦୀପାଳୀ ଜେନାଙ୍କ ଏପରି ପ୍ରୟାସକୁ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଶଂସା କରାଯାଇଛି ।