

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଆସ୍କା ସଂସଦୀୟ କ୍ଷେତ୍ରର କାର୍ଯ୍ୟକାରିଣୀ ଚୟନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆସ୍କା ସଂସଦୀୟ ପ୍ରଭାରୀ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆସ୍କା ଲୋକସଭା ଅନ୍ତର୍ଗତ ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ୧୩ ଗୋଟି ବ୍ଲକ, ୧୦ଏନ୍ ଏସି ଏବଂ ଗୋଟିଏ ମୁନିସିପାଲିଟର ସାଙ୍ଗଠନିକ ଆଲୋଚନା କାର୍ଯ୍ୟକ୍ରମ ହୋଇଥିଲା । ବ୍ଲକ୍, ଏନଏସି ମୁନିସପାଲଟିର କାର୍ଯ୍ୟକାରିଣୀ ଚୟନ ପାଇଁ ଆଲୋଚନା କରାଯିବା ସହିତ ଆସନ୍ତା ଦିନରେ କଂଗ୍ରେସର ନିର୍ବାଚନୀ ରଣନୀତି ନେଇ ପ୍ରାକ୍ ବିଚାରବିମର୍ଶ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଜୟ ସାହୁ, ହରିଚରଣ ସାହୁ, ସ୍ୱରୂପା ତ୍ରିପାଠୀ, ଶମ୍ଭୁନାଥ ପାଣିଗ୍ରାହୀ, ପ୍ରଶାନ୍ତ ବିଷୋୟୀ, ବିସ୍ମୟ ମହାପାତ୍ର, ରବୀନ୍ଦ୍ର କୁମାର ଦେଓ, ଲଷ୍ମୀ ଚରଣ ପାତ୍ର, ଚିନ୍ମୟ କୁମାର ହୋତା, ମାନସ ଆଚାର୍ଯ୍ୟ, ଧରଣୀ ବେହେରା, ଚିତସେନ ବେହେରା, ସୁନୀଲ ଚୌଧୁରୀ, ଶିବରାମ ବାଡ଼ତ୍ୟ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



