ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମରେ କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଜିଲ୍ଲା ସଭାପତି ତ୍ରିନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ଯୋଗ ଦେଇଥିଲେ । ସଭାରେ ଭାରତ ବର୍ଷକୁ ସ୍ୱାଧୀନ କରିବାରେ କଂଗ୍ରେସ ଦଳର ଅବଦାନ ବିଷୟରେ ଆଲୋଚନା କରାଯିବା ସହ ଲୋକଙ୍କ ହୃଦୟ ଭିତରେ କଂଗ୍ରେସ ଦଳ ଅଛି ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି । ଅନେକ ମୋଦୀ ଓ ନବୀନ ପଟ୍ଟନାୟକ ଆସିବେ ଯିବେ କିନ୍ତୁ କଂଗ୍ରେସ ଦଳ ରହିବ ରହିଛି ଓ ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ପୁଣି ସରକାରକୁ ଆସିବ । ବର୍ତ୍ତମାନ ଦେଶର ସମ୍ବିଧାନ, ଗଣତନ୍ତ୍ର, ସଂପ୍ରଦାୟିକତା, ବିଚ୍ଛିନ୍ନତାବାଦୀ ଶକ୍ତିମାନଙ୍କୁ କେବଳ କଂଗ୍ରେସ ହିଁ ଦମନ କରି ସମ୍ବିଧାନ ଓ ଗଣତନ୍ତ୍ରକୁ ରକ୍ଷା କରିପାରିବ । କଂଗ୍ରେସ ମଜବୁତ ହେଲେ ଦେଶର ଗଣତନ୍ତ୍ର ମଜବୁତ ହେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ବିଜେପି ସରକାରଙ୍କ ଦ୍ୱାରା ଦେଶର ସାମ୍ବିଧାନିକ ପିଢ଼ି ଗୁଡିକୁ ରାଜନୈତିକ ରଙ୍ଗ ଦେବାକୁ ଅପଚେଷ୍ଟାକୁ ନିନ୍ଦା କରାଯିବା ସହ ନବୀନ ସରକାର ଭ୍ରଷ୍ଟାଚାରରେ ଏକ ନମ୍ବର ବୋଲି କୁହାଯାଇଥିଲା । ଏହି ସଭାରେ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଦିପକ ପଟ୍ଟନାୟକ, ସାକ୍କା ସୁଜିତ, ଭୋବାଲି ସେଠି, ରବି ଅଧିକାରୀ, ନିରଂଜନ ପାଣିଗ୍ରାହୀ, ସାଇ ପାତ୍ର, ଏଲିଆସ ଖାନ, ସ୍ୱରୂପା ତ୍ରିପାଠି, ପ୍ରତିମା ମିଶ୍ର, ସୁଜ୍ଞାନୀ ପଟ୍ଟନାୟକ, ଦେବୀ କିଶୋର, ସୁରେଶ ବେହେରା, ସୋମ୍ୟ ପାଣିଗ୍ରାହୀ, ରାମନାଥ ବିଶ୍ୱାଶା ରାୟ, ବିଶ୍ୱଜିତ ପାତ୍ର, ରାଜ ପାଣିଗ୍ରାହୀ, ସିଦ୍ଧାନ୍ତ ସାହୁ, ବି. କାସି, ରାଜେନ୍ଦ୍ର ପାତ୍ର, ବୃନ୍ଦାବନ ଖଟେଇ, କିଶୋର କାପୁର, ନିରୁପମା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା