କଂଗ୍ରେସର ୩୬ନଂ ଜୋନ ସ୍ତରୀୟ ବୈଠକ:ଅରାଜକତା,ଗୁଣ୍ଡାରାଜ ବିରୁଦ୍ଧରେ ଲଢେଇ କରିବାକୁ ଆହ୍ୱାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୁଷୋତ୍ତମପୁରରେ ୩୬ ନମ୍ବର ଜୋନ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତାପପୁର, ବଡ ବରଗାଁ, ଆଙ୍କୁଲି, ହାଣ୍ଡିଘର, କେ.ଏନ ପୁର ପ୍ରଭୁତି ପାଞ୍ଚ ଗୋଟି ପଞ୍ଚାୟତର ବୁଥ୍ ସ୍ତରୀୟ କର୍ମୀମାନଙ୍କୁ ନେଇ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଢାଳଖାଇ ମନ୍ଦିର ପରିସରରେ ଏହି ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡିର ଅରାଜକତା ଓ ଗୁଣ୍ଡାରାଜ ବିରୁଦ୍ଧରେ ଏକ ହେବାକୁ କର୍ମୀମାନେ ଶପଥ ନେବା ସହ କରିବା ଭର୍ତ୍ତା, ବାର୍ଦ୍ଧକ୍ୟ ଭର୍ତ୍ତାରେ ହେଉଥିବା ଦୁର୍ନୀତିକୁ ଜିଲ୍ଲାପାଳଙ୍କୁ ଜଣାଇବା ସହ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ନିର୍ବାଚନ ମଣ୍ଡଳୀ ବୈଠକ ଦଳ ଦ୍ୱାରା ଶାସିତ ହେଉଥିଲେ ମଧ୍ୟ ଲୋକଙ୍କୁ ପିଇବାକୁ ପାଣି ମିଳୁ ନଥିବା ଗାଁ ଗାଁରେ ଚୋରା ମଦ କାରବାର ବୁଦ୍ଧି ପାଇବା ସହ ବିଜେଡି ନେତା ମାନେ ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟାପକ ହେର ଫେର କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା ଅଭିଯୋଗ କରାଯାଇଥିଲା । ଏହି ସମ୍ମିଳନୀରେ ଯୋଗଦେଇଥିବା ଅତିଥିମାନେ କହିଥିଲେ ଯେ ଖାଦ୍ୟ ସୁରକ୍ଷା ଆଇନ କଂଗ୍ରେସ ସରକାର ସମୟରେ ଆରମ୍ଭ କରାଯାଇଥିଲା ଏହାକୁ ବର୍ତ୍ତମାନ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ୧ ଟଙ୍କାରେ ଚାଉଳ ପ୍ରଦାନ କରୁଛନ୍ତି । ଅନ୍ୟ ରାଜ୍ୟରେ ଧାନ କ୍ୱିଣ୍ଟାଲ ୧୮ଶହ ଟଙ୍କା ଥିବାବେଳେ ଏଠାରେ ଚାଷୀ ୯ଶହରୁ ୯୫୦ ଟଙ୍କାରେ ୭୦ରୁ ୮୦ କେଜି ଧାନ ବିକ୍ରି କରୁଛି । ବିଜେପି ବିଜେଡି ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲୁଥିବା ବେଳେ ମୋଦି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅତିଥିମାନେ କହିଥିଲେ । ଦେଶକୁ କେବଳ କଂଗ୍ରେସ ଆଶିଲେ ହିଁ ସ୍ୱଚ୍ଛ ଶାସନ ଦେଇପାରିବ ବୋଲି ନେତାମାନେ କହିଥିଲେ । ଏହା ବିରୁଦ୍ଧରେ ଆସନ୍ତା ନିର୍ବାଚନରେ ଲଢ଼େଇ କରି ଦଳକୁ ଉଚିତ ଜବାବ ଦେବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଛି । ଜୋନ ସଭାପତି ହରି କୃଷ୍ଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ଭୋକାଲି ସେଠି, ପାଣ୍ଡବ ଜାଲି, ଦୀନବନ୍ଧୁ ଅଧିକାରୀ ବିଶ୍ୱଜିତ ତରେଇ, ମେଘନାଦ ଦଳେଇ, ବିଜୟ ସାହୁ, ସୁଦର୍ଶନ ଖୁଣ୍ଟିଆ, ପ୍ରସନ୍ନ ଆଚାର୍ଯ୍ୟ, ଭରିରଥୀ ଗୌଡ଼, ପଞ୍ଚାନନ ଗୌଡ଼, ସୀତାରାମ ପାଣିଗ୍ରାହୀ, ଅଜୟ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା