କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ:ଗଜପତିର ଦାୟିତ୍ୱ ନେବେ ସାନଖେମୁଣ୍ଡି ବିଧାୟକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡ଼ିଶା) ଆସନ୍ତାକାଲି କଂଗ୍ରେସ ପୁନର୍ଗଠନ କରିବା ପାଇଁ ଗଜପତି ଜିଲ୍ଲାର ଦାୟିତ୍ୱ ନେବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା । ଏଥିପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ସମ୍ମିଳନୀରେ ଶ୍ରୀ ଗମାଙ୍ଗ କହିଛନ୍ତି ଯେ ଶ୍ରୀ ଜେନା ଗଜପତି ଜିଲ୍ଲାର ଦାୟୀତ୍ୱ ନେଲେ ପୁଣି ଗଜପତି ଜିଲ୍ଲାରେ କଂଗ୍ରେସ ସଂଘଠନ ମଜବୁକ୍ତ ହେବ । ଆସନ୍ତାକାଲି ଶ୍ରୀ ଜେନାଙ୍କୁ ସ୍ୱାଗତ କରିବା ପାଇଁ ଏକ ମୋଟର ସାଇକେଲ ରାଲି ଗଜପତି ଜିଲ୍ଲା ଲୁହାଗୁଡି ଛକ ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ କରାଯିବାର କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି । ଶ୍ରୀ ଜେନା ପାରଳାଖେମୁଣ୍ଡି ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ କରାଯାଇ ଗଜପତି ଜିଲ୍ଲାର ଦାୟୀତ୍ୱ ଦିଆଯିବ ବୋଲି ମୋହନା ବିଧାୟକ ଦାଶରଥି ଗୋମଙ୍ଗ ଜଣାଇଛନ୍ତି । ଏହି ଅବସରରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ କି କଂଗ୍ରେସର ସବୁ ନେତା ଦଳ ଛାଡି ଅନ୍ୟ ଦଳକୁ ଚାଲିଯାଉଛନ୍ତି । ଏହାପରେ ବିଧାୟକ କହିଥିଲେ କି ଯେଉଁମାନେ ଯାଉଛନ୍ତି ସେମାନେ କେଉଁଠି ବି ୱାର୍ଡ ମେମ୍ବର ଟିଏ ବି ହେଇପାରିବେ ନାହିଁ ଓ କଂଗ୍ରେସ ଦଳକୁ କୌଣସି ଫରକ ପଡିବ ନାହିଁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁମା ପୂର୍ବତନ ଉପାଧ୍ୟକ୍ଷ ବେନିକ ଗୋମଙ୍ଗ, କୁନା ମାଝୀ, ଗୀତ ରଇତ ନଗର ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ରହିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା