

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ନଗର କଂଗ୍ରେସ ପକ୍ଷରୁ ଏନଏସିର ବିଭିନ୍ନ ୱାର୍ଡରେ ରହିଥିବା ଅସହାୟ ଗରିବ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ର ଶେଖର ନାଇଡୁଙ୍କ ଦ୍ୱାରା ପ୍ରେରିତ ରିଲିଫ ସାମଗ୍ରୀ ଦିଗପହଣ୍ଡିରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସ ଉପସଭାନେତ୍ରୀ ତଥା ୧ନମ୍ବର ୱାର୍ଡର ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଗୁଡିକୁ ବଣ୍ଟନ କରାଯାଇଥିଲା । କଂଗ୍ରେସ ଦଳ ତଥା ସାଂସଦ ପ୍ରାର୍ଥୀ ନାଇଡୁଙ୍କ କରୋନା ଭଳି ବିପର୍ଯ୍ୟୟ ସମୟରେ ସହାୟତାକୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
