ରାୟପୁର (ସମୃଦ୍ଧ ଓଡିଶା) ଛତିଶଗଡ଼ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକିଥିବାବେଳେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସ ଦଳ ପାଇଁ ମାରାଥନ୍ ପ୍ରଚାର କରୁଥିବା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ସେମାନଙ୍କ ପ୍ରଚାର ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି ଥିଲେ ମଧ୍ୟ ସେମାନେ ନିଜ ନିଜ ଦଳ ପାଇଁ ପ୍ରଚାର କରୁଥିବା କଥା ଆପଣ ଜାଣିଥିବେ । କିନ୍ତୁ ମୋଦି କଂଗ୍ରେସ ପାଇଁ ପ୍ରଚାର କରୁଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଉଭୟ ମୋଦି ଏବଂ ରାହୁଲ କଂଗ୍ରେସ ପାଇଁ ଗତକାଲି ଏକାଠି ପ୍ରଚାର କରିଛନ୍ତି । ଆଉ ଏହି ବିଷୟରେ ନିଜେ ରାହୁଲ ଏକ ଇନ୍ଷ୍ଟାଗ୍ରାମ୍ ଫଟୋ ଜରିଆରେ ଜଣାଇଛନ୍ତି । ଇନ୍ଷ୍ଟାଗ୍ରାମ୍ରେ ରାହୁଲ ଲେଖିଛନ୍ତି, “Look who I found campaigning for the Congress Party in Chhattisgarh”। ଅର୍ଥାତ ଦେଖ ମୁଁ ଛତିଶଗଡ଼ରେ କଂଗ୍ରେସ ପାଇଁ ପ୍ରଚାର କରିବାକୁ କାହାକୁ ପାଇଛି ବୋଲି ସେ ଲେଖିଛନ୍ତି । ଆଜ୍ଞା ହଁ , ମୋଦି ପ୍ରଧାନମନ୍ତ୍ରୀ ନୁହନ୍ତି ଫଟୋରେ ଅବିକଳ ମୋଦିଙ୍କ ପରି ଦିଶୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ବହୁ ଚର୍ଚ୍ଚିତ ତଥା ସଦ୍ୟ କଂଗ୍ରେସରେ ଯୋଗ ଦେଇଥିବା ନକଲି ମୋଦି ଅଭିନନ୍ଦନ ପାଠକ୍ । ସେ ୨୦୧୪ ସାଧାରଣ ନିର୍ବାଚନ ସମୟରେ ସାମ୍ନାକୁ ଆସିଥିଲେ । ସେତେବେଳକୁ ସେ ଏନ୍ଡିଏ ସହଯୋଗୀ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଅଠାୱାଲେ)ର ଉତ୍ତରପ୍ରଦେଶ ରାଜ୍ୟ ଉପସଭାପତି ଥିଲେ । କିନ୍ତୁ ଏହାପରେ ଅଛେ ଦିନ୍ ଆଉ ଆସିବନି କହି ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।
ରିପୋର୍ଟ : ଅଶୋକ ପଟ୍ଟନାୟକ