ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସେବା ସଂସ୍ଥା ପକ୍ଷରୁ ଟ୍ରାଫିକ ସଚେତନତା ପକ୍ଷ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼: ପ୍ରଫୁଲ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ସ୍ୱଚ୍ଛସେବୀ ବିଦ୍ୟାର୍ଥୀ ଅନୁଷ୍ଠାନର ଅଧ୍ୟାପକ ମଣ୍ଡଳୀ ଓ କର୍ମଚାରୀ ବୃନ୍ଦଙ୍କ ସହ କଙ୍କୋରଡା ସହର ପରିକ୍ରମା କରିଥିଲେ। ଟ୍ରାଫିକ ନିୟମକୁ ମାନିବା, ହେଲେମେଟ ପରିଧାନ କରି ଗାଡି ଚାଳନା କରିବା, ଦ୍ରୁତ ଗତି ଚାଳନାକୁ ରୋକିବା, ବାଇକ ଚାଳନା ବେଳେ ମୋବାଇଲ ବ୍ୟବହାର ନ କରିବା ଆଦି ସମ୍ୱନ୍ଧୀୟ ସ୍ଲୋଗାନ ସହ ପ୍ଲାକାର୍ଡ ଧରି ସଚେତନତା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଛାତ୍ରଛାତ୍ରୀଙ୍କ ସହ ଅଂଶଗ୍ରହଣ କରିବା ଦେଖାଯାଇଥିଲା। ବିଧାୟକ ରମେଶ ଜେନା ଶିକ୍ଷାର୍ଥୀ ସ୍ୱଚ୍ଛସେବୀଙ୍କୁ ଟ୍ରାଫିକ ସଚେତନା ଜନିତ ବକ୍ତବ୍ୟ ପ୍ରଦାନ କରିବା ସହ ପଦଯାତ୍ରା ସଚେତନତାରେ ଅଂଶଗ୍ରହଣ କରି ସହର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ରବୀନ୍ଦ୍ର ବେହେରା, ଅର୍ଥନୀତି ବିଭାଗ ଅଧ୍ୟାପକ ଅଶୋକ କୁମାର ନାୟକ ସହଯୋଗ କରିଥିବା ବେଳେ ବହୁ ସ୍ୱଚ୍ଛସେବୀ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।