କଟକ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଯୋଗୁଁ ବର୍ତ୍ତମାନ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ରକ୍ତର ଘୋର ଅଭାବ ଦେଖା ଦେଇଅଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଓ ରାଜ୍ୟରେ ଲକଡାଉନ ଜାରୀ ରହିଥିବା ଯୋଗୁଁ କୌଣସି ରକ୍ତଦାନ ଶିବିରର ଆୟୋଜନ ହୋଇପାରୁନାହିଁ । ତେଣୁ ଆଜି ଛାତ୍ର ବିଜେଡି ଦ୍ୱାରା କଟକ ଜିଲ୍ଲାର ଚାଉଳିଗଞ୍ଜ ଥାନା ଅନ୍ତର୍ଗତ ମହାନଦୀବିହାରରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡି ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଛି । ଛାତ୍ର ବିଜେଡିର ପ୍ରକାଶ ଚନ୍ଦ୍ର ବେହେରା ଦ୍ୱରା ଆୟୋଜିତ ଏହି ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି । ଦନ୍ତ ଡାକ୍ତର ଦୁର୍ଗାପ୍ରସାଦ ମିଶ୍ର ଏହି ଶିବିରରେ ରକ୍ତଦାନ କରି ଅନ୍ୟକୁ ରକ୍ତଦାନ କରିବା ପାଇଁ ଆୱାନ କରିଛନ୍ତି । ଶିବିରରେ କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, କଟକ ମୁନସିପାଲିଟି ସ୍ୱାସ୍ଥ୍ୟ କମିଟି ଅଧକ୍ଷ ରଞ୍ଜନ ବିଶ୍ୱାଳ, ସ୍ଥାନୀୟ ମହାନଦୀବିହାରର କର୍ପୋରେଟର, ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଚିନ୍ମୟ ଦାସ ଉପସ୍ଥିତ ଥିଲେ । ଶିବିରରେ କଟକ ଜିଲ୍ଲାର ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ବାସୁଦେବ ସେଠୀ, ଆୟୁଷ ଦାସ, ହରି, ମନୁ , ମୁନୁ, ରାଜା ଆଦି ସହଯୋଗ କରିଥିଲେ ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ