

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇଛି । ଏହାସହ ବିଭିନ୍ନ ପ୍ରକାର ନିୟମ ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳର ମହାବୀର ବଜାର ଠାରେ ଆଜି ଅମାନିଆ ମାନଙ୍କୁ ତାଗିତ କରିବା ଉଦ୍ଧେଶ୍ୟରେ କଡ଼ାକଡ଼ି ଭାବେ ଚେକିଂ କରାଯାଇଥିଲା । ସାଇକେଲ ଠାରୁ ଆରମ୍ଭ କରି ଗାଡ଼ି, ଦୁଇ ଚକିଆ ଯାନ, ଚାରି ଚକିଆ ଯାନର ପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି । ସ୍ୱତନ୍ତ୍ର ପରିଚୟ ପତ୍ର ଥିଲେ ଯାଇ ଲୋକମାନଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଉଛି । ଏହି ଚେକିଂ କାର୍ଯ୍ୟକ୍ରମରେ ଟ୍ରାଫିକ ଦାୟିତ୍ୱରେ ଥିବା ଏସଆଇ ବିଚିତ୍ରନନ୍ଦ କର, ଟ୍ରେନିଂ ସିଏଏସଆଇ ଜିତେନ୍ଦ୍ର କୁମାର ରାଉଳ, ଜ୍ୟୋତିର୍ମୟୀ ସାହୁଙ୍କ ସମେତ ହାବିଲଦାର ରଞ୍ଜନ କୁମାର ଗାଆଣ ଅଂଶ ଗ୍ରହଣ କରିଥିଲେ ।