ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଅଧୀନ ପୁରୁଣା ଛତ୍ରପୁର ରାସ୍ତା ଓ ମାଟିଖାଲ ରାସ୍ତା ଦେଇ ଯାଉଥିବା ଭାରୀଯାନକୁ ବନ୍ଦ କରିବାକୁ କଣମଣା ପଞ୍ଚାୟତବାସୀ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଉକ୍ତ ରାସ୍ତା ଦେଇ ଯାଉଥିବା ଭାରୀଯାନଗୁଡିକୁ ଛଡ଼ାଯିବ ନାହିଁ ବୋଲି ପଞ୍ଚାୟତବାସୀମାନେ କହିଛନ୍ତି । ଭାରୀଯାନ ଯିବା ଯୋଗୁଁ ରାସ୍ତାରେ ଦୁର୍ଘଟଣା ଘଟୁଛି । ଗତକାଲି ମଧ୍ୟ ଏକ ଦୁର୍ଘଟଣା ଘଟିଥିଲା ସେଥିରେ ଜଣେ କଲେଜ ଛାତ୍ରୀ ଓ ତାଙ୍କ ଭାଇ ଆହତ ହୋଇଥିବା ମଧ୍ୟ ପଞ୍ଚାୟତବାସୀ ଅତିରିକ୍ତ ଜିଲ୍ଲପାଳଙ୍କୁ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଆଜକୁ ଦୀର୍ଘ ୧୯ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିବାରେ ବିଫଳ ହୋଇଛି । ଚଳିତ ମାସ ୧୩ ତାରିଖରେ ମାଟିଖାଲ ରାସ୍ତାଦେଇ ଦୈନଦିନ ଅତ୍ୟଧିକ ଭାରୀଯାନ ଯାଉଥିବାରୁ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ପରେ ଏହାର ସମାଧାନ ନେଇ ଏକ ବୈଠକ ବସିଥିଲା । ୧୮ ତାରିଖ ପରେ କୌଣସି ସମାଧାନ ନହେବା ପର୍ଯ୍ୟନ୍ତ ଭାରୀଯାନ ଆସିବା ନାହିଁ ବୋଲି କୁହାଯାଇଥିଲା । ଯାହା ରହିଛି ତାହା ରାତ୍ରରେ ଛାଡ଼ିଯିବାକୁ ନିଷ୍ପତି ହୋଇଥିଲା । କିନ୍ତୁ ୧୮ ପରେ ପୁଣି ଗାଡି ଆସିଥିଲା । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ୩୦ ତାରିଖ ପର୍ଯ୍ୟଟନ ଗାଡି ରାତ୍ର ସମୟରେ ଛାଡିବାକୁ କହିବା ସହ ଏହାପରେ କୌଣସି ଗାଡି ଆସିବ ନାହିଁ ବୋଲି କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଶହ ଶହ ଟ୍ରକ ଆସୁଥିବା ପଞ୍ଚାୟତଵାସୀ କହିଛନ୍ତି । ତୁରନ୍ତ ଏହାର ସମାଧାନ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପଞ୍ଚାୟତ ବାସୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ କହିଥିଲେ । ସ୍ମାରକପତ୍ର ପ୍ରଦାନ ବେଳେ ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ଭାଗିରଥି ବେହେରା, ଜି. ବାସୁଦେବ ରାଓ, ବାଦଲ ବେହେରା, ଗଣେଶ ସାହୁ, ପୁରସ୍ତମ ପ୍ରଧାନଙ୍କ ସମେତ ବହୁ ପଞ୍ଚାୟତବାସି ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା