
ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁଯାୟୀ ଜଗନ୍ନାଥ ପ୍ରସାଦ ବ୍ଲକର ବିଡିପୁର ଗ୍ରାମ ପଞ୍ଚାୟତର ବିଡିପୁର, ତେନ୍ତୁଳିଆ ଓ ଭୁସୁଣ୍ଡପାଳ ଗ୍ରାମକୁ କଣ୍ଟେଇନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏଥି ସଂକ୍ରାନ୍ତ ରେ ଏକ ବୈଠକ ବିଡିପୁର ଗ୍ରାମ ପଞ୍ଚାୟତର ପରିସର ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ତହସିଲଦାର ବୈରାଲ ମୂର୍ମୁ, ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ସରପଞ୍ଚ କୃଷ୍ଣଚନ୍ଦ୍ର ରଥ, ସମିତିସଭ୍ୟ ଅମୀର ସ୍ୱାଇଁ, ଡାକ୍ତର କଲ୍ୟାଣି ମହାପାତ୍ର, ପୋଲିସ୍ ଏସ. ଆଇ ରସାନନ୍ଦ ମଲ୍ଲିକ, ମା ଉଗ୍ରତାରା ବଣିକ ସଂଘ ସଭାପତି ବଂଶୀଧର ବାରିକ, ଗୌରହରି ବେହେରା, ମହେଶ୍ୱର ପଲେଇ, ଓଏ.ଏନ.ମ, ଅଙ୍ଗନବାଡି କର୍ମୀ, ସହାୟିକା, ଆଶା କର୍ମୀ ଯୋଗ ଦେଇଥିଲେ । ବିଡିପୁର ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ ବିଭିନ୍ନ ଅଞ୍ଚଳର ଲୋକ ଏଠାକୁ ଆସନ୍ତି । କୋରନା ଗୋଷ୍ଟି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ଚେଷ୍ଟା କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗମହାପୂର୍ଣ୍ଣିମା ରେ ଘରେ ହିଁ ସମସ୍ତେ ପୂଜା କରିବେ, ଛେଳି କି ବୋଦା ମରା ନ ଯିବା ପାଇଁ ନିଷ୍ପତ୍ତି ହୋଇଛି।ଆସନ୍ତା ମଙ୍ଗଳବାର ଠାରୁ ୪ ତାରିଖ ଠାରୁ ଆସନ୍ତା ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଔଷଧ ଦୋକାନ ଛାଡି ସମସ୍ତ ଦୋକାନ ବନ୍ଦ ରହିବାର ନିଷ୍ପତ୍ତି ହୋଇଛି । ଗାଡି ମୋଟର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟ ରେ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।
ରିପୋର୍ଟ : ନିଲୁ ବିଷୋୟୀ