ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାରେ କରୋନା ସଂକ୍ରମଣ ଜଣାଯିବା ପରେ ଆଜି ଠାରୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଘରକୁ ଘର ବୁଲି ୬ନଂ ୱାର୍ଡରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଦେଉଳି ପଞ୍ଚୁଘଣ୍ଟାରେ ସାନିଟାଇଜେସନ୍ ହେବା ସହିତ ଆବଶ୍ୟକ କ୍ଷୀର, ପରିବା, ଅଣ୍ଡା, ବିଶୁଦ୍ଧ ପାଣି ଯୋଗାଇ ଦିଆଯାଇଥିବା ବେଳେ ସେ ଅଞ୍ଚଳକୁ ବାହାରୁ କୌଣସି ବ୍ୟକ୍ତି ଯିବାର ନିଷେଧାଜ୍ଞା ଜାରି ହୋଇଥିବା ବେଳେ ସେ ଅଂଚଳରୁ ବାହାରକୁ ଯିବା ଲାଗି ଅନୁମତି ଦିଆଯାଇନାହିଁ । ଆଜି ପର୍ବାହ୍ନରେ ଜିଲାପାଳ ସେ ଅଞ୍ଚଳ ସହିତ ୭ଟି ପ୍ରବେଶପଥକୁ ପରିଦର୍ଶନ କରିଛନ୍ତି । ଜଳେଶ୍ୱର ମ୍ୟୁନିସିପାଲଟିରେ କୋଭିଦ୍-୧୯ ସ୍ୱାବ ଟେଷ୍ଟରରେ ଅଧିକ ପଜେଟିଭ୍ ଆସିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ୩ଦିନ ଧରି ଜିଲାପାଳ ଓ ଜିଲା ପ୍ରଶାସନ ଜଳେଶ୍ୱର ଆସି ଘୋଷିତ କଣ୍ଟେନମେଣ୍ଟ ଯୋଜରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସଂପର୍କରେ ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ନରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତର, ଉପଜିଲାପାଳ ଈଶ୍ୱର ଆଶିଷ ପାଟେଲ ଜଳେଶ୍ୱର ପୌରପାଳିକାରେ ୬ନଂ ୱାର୍ଡକୁ ଯିବାକୁଥିବା ୭ଟି ପ୍ରବେଶ ପଥ ବୁଲି ଦେଖିଥିଲେ । ବାସନ୍ତିପଡିଆଠାରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟଠାରେ ସକାଳ ୭ଟା୩୦ରେ ସର୍ଭେଦଳ ପହଞ୍ଚିଥିଲେ । ପ୍ରତି ସର୍ଭେ ଦଳରେ ଆଶା, ଅଙ୍ଗନୱାଡିକର୍ମୀ, ଜଣେ ଶିକ୍ଷକ, ଏଏନ୍ଏମ୍ ଓ ପୁରୁଷ କର୍ମୀଙ୍କୁ ନେଇ ଗଠିତ ଟିମ୍ ପ୍ରତି ଘରକୁଘର ଯାଇ ସର୍ଭେକାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସର୍ଭେ କାର୍ଯ୍ୟରେ ଘରେଥିବା ବ୍ୟକ୍ତି ବିଶେଷ ସେମାନଙ୍କର ଜ୍ୱର, କାଶ, ଗଳବ୍ୟଥା, ନିଶ୍ୱାସ କଷ୍ଟ, ଗର୍ଭବତି ମହିଳା, ମଧୁମେହ, ଟିବି, ବ୍ଲକଡ ପ୍ରେସର, ହୃଦ୍ରୋଗ ଇତ୍ୟାଦି ଥିବା ଲୋକଙ୍କ ସଂପର୍କରେ ସର୍ଭେ କରାଯିବା ସହ ଆବଶ୍ୟକସ୍ଥଳେ ପ୍ରାଥମିକ କରିଛନ୍ତି । ପ୍ରତି ୪ଟି ଟିମ୍ରେ ଜଣେ ଆୟୁଷ ଡାକ୍ତର ସମୀକ୍ଷା କରୁଛନ୍ତି । ଏହା ବ୍ୟତିତ ସ୍ଥାନୀୟ ସ୍ୱାସ୍ଥ୍ୟବିଭାଗର ମୁଖ୍ୟ ଡା, ପ୍ରଭାସ ଚନ୍ଦ୍ର ନାୟକ, ବିପିଏଚ୍ଓ ଫକୀର ପ୍ରଧାନ, ବିପିଏମ୍ ଓ ବିଡିଏମ୍ ଏବଂ ଶିକ୍ଷକ ପ୍ରତିନିଧି ଅଜିତ୍ କୁମାର ମହାନ୍ତି ପ୍ରମୁଖ ସମସ୍ତ ଚିକିତ୍ସା କାର୍ଯ୍ୟ ପର୍ଯ୍ୟାବେକ୍ଷଣ କରିଛନ୍ତି । ପ୍ରକାଶଯୋଗ୍ୟ ଆସନ୍ତା ମଙ୍ଗଳବାର ଠାରୁ ପୌରପାଳିକାର ୧୭ଟି ୱାର୍ଡର ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ । ଦୀର୍ଘ ୧୪ଦିନ ଧରି ଏହି କଣ୍ଟେନମେଣ୍ଟ ଯୋନ୍ରେ ପରୀକ୍ଷା ନିରିକ୍ଷା ହେବା ସହିତ ସେଥିରେ ଥିବା ପ୍ରାୟ ୩୦୦ ପରିବାରକୁ ସେମାନଙ୍କ ପରିବା, କ୍ଷୀର, ଅଣ୍ଡା, ମେଡିସିନ୍, ଗ୍ୟାସ ଯୋଗାଇ ଦେବା ସହ ପ୍ରତିଦିନ ସେନିଟାଇଜେସନ୍ ହେବ ବୋଲି ପୌର ଅଧିକାରୀ ଅଜୟ କୁମାର ମହାପାତ୍ର କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା