ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଏନ.ଏ.ସି ବିଭିନ୍ନ ୱାର୍ଡରୁ ବୁଧବାର ୫ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଭଞ୍ଜନଗର ସହରର ବିଭିନ୍ନ ସ୍ଥାନକୁ ସିଲ୍ କରାଯିବା ସହ ଆଗାମୀ ନିର୍ଦ୍ଦେଶ ଯାଏ ବନ୍ଦ ରଖିବାକୁ ଡ଼ାକବାଜି ଦ୍ୱାରା ସୂଚନା ଦିଆଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନ ନିକଟରେ ଅପିଲ ମଧ୍ୟ କରାଯାଇଥିଲା । ଫଳରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଭଞ୍ଜନଗର ସହରର ୬ ନମ୍ବର ଓ ୧୨ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ପରିସର ଭୁକ୍ତ କରାଯିବା ସହ ଏନ.ଏ.ସିର ଅନ୍ୟ ୧୩ଟି ୱାର୍ଡ ଏବଂ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଅଗଝୋଳ, ବାଉଁଶଲୁଣ୍ଡି, ଢୁଢୁଆ, ଗାମୁଣ୍ଡି, ଜାମପଲ୍ଲୀ, ଲାଲସିଂକୁ ବଫର ଜୋନ ଘୋଷଣା ପରିସର ଭୁକ୍ତ କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ଏନଏସି ପକ୍ଷରୁ ଏହି ସମସ୍ତ ଅଞ୍ଚଳର ପରିସ୍ଥିତି ଉପରେ କଡା ନଜର ରଖାଯାଇଛି । ୬ ଓ ୧୨ନଂ ୱାର୍ଡକୁ ସଂଲଗ୍ନ ସମସ୍ତ ରାସ୍ତାକୁ ସିଲ କରାଯାଇ ଜନସାଧାରଣଙ୍କ ଯାତାୟାତ ଓ ଦୋକାନ ବଜାର ଖୋଲିବା ଉପରେ କଟକଣା ଲଗାଯାଇଛି । ଫଳରେ ଏଭଳି ସ୍ଥିତିରେ ଜନସାଧାରଣ ଘରେ ରହି ସ୍ତାନୀୟ ପ୍ରଶାସନର ନିୟମ ମାନି ରହିବା ଜରୁରୀ ହୋଇ ପଡିଛି ।
ରିପୋର୍ଟ – ନିଲୁ ବିଷୋୟୀ