ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ୬ନଂ ୱାର୍ଡର କଣ୍ଟେନ୍ମଣ୍ଟେ ଜୋନ୍ ମଧ୍ୟରେ ପୂର୍ବ ବିବାଦକୁ ନେଇ ସଂଘର୍ସ ଘଟିବାରୁ ଜଣେ ମହିଳା ଗୁରୁତର ହୋଇ ଜିକେଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି । ଦେଉଳି ପଞ୍ଚୁଘଣ୍ଟାର ପ୍ରଦୀପ କୁମାର ଜେନାଙ୍କ ସ୍ତ୍ରୀ ବାସନ୍ତି ଜେନା (୪୦) ଆଜି ପୂର୍ବାହ୍ନରେ ଟ୍ୟୁୱେଲରୁ ପାଣି ନେଉଥିବା ବେଳେ ପଡୋଶୀ ଅର୍ଦ୍ଧାଂଶୁ ଶେଖର ଜେନା ଓ ତାଙ୍କ ପୁଅ ପାପା ଜେନା ତାଙ୍କ ନିକଟକୁ ଯାଇ ମାଡ ଗୋଳ କରିବା ସହିତ ମୁଣ୍ଡକୁ ତୁଳସୀ ଚଉରାରେ ବାଡେଇ ଦେଇଥିଲେ । ଫଳରେ ବାସନ୍ତି ଗୁରୁତର ହେବାରୁ ତାଙ୍କୁ ଜିକେଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଅ ନିରଞ୍ଜନକୁ ମାଡମାରିବାରୁ ତାର ଗୋଡ ଭାଙ୍ଗି ଯାଇଥିବା ଥାନାରେ ଅଭିଯୋଗ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା