କମ୍ରେଡ କାଳୁ ପଣ୍ଡାଙ୍କ ବିୟୋଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସିପିଆଇ(ଏମ)ର ପୂର୍ବତନ ରାଜ୍ୟ କମିଟି ସଭ୍ୟ, ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲା ସମ୍ପାଦକ, ଜିଲ୍ଲା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ତଥା ସିଆଇଟିୟୁର ପୂର୍ବତନ ରାଜ୍ୟ ଉପସଭାପତି କମ୍ରେଡ କାଳୁ ପଣ୍ଡାଙ୍କ ପରଲୋକ ଘଟି ଯାଇଛି l ସେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଏଆଇଆଇଏମଏସ ଭୁବନେଶ୍ୱରରେ ମୃତ୍ୟୁ ବରଣ କରିଛନ୍ତି l ତାଙ୍କ ବିୟୋଗରେ ପାର୍ଟି ଜିଲ୍ଲା କମିଟି ପକ୍ଷରୁ ସହୀଦ ଲକ୍ଷ୍ମଣ କମୁନିଟି ହଲ ଠାରେ ତାଙ୍କର ଶେଷ ଦର୍ଶନ ଓ ସଂମାନ ଦେବା ପାଇଁ ମର ଶରୀରକୁ କିଛି ସମୟ ପାଇଁ ରଖାଯାଇଥିଲା l ପ୍ରୟାତସାଥୀଙ୍କୁ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଜିଲ୍ଲାରୁ ଶତାଧିକ ବାମ ପନ୍ଥୀ ନେତା ଓ କର୍ମୀ ଉପସ୍ଥିତ ଥିଲେ l ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସିପିଆଇର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ମହାପାତ୍ର, ବରିଷ୍ଠ ଆଇନ ଜିବି ବସନ୍ତ ପଣ୍ଡା, ବୟୋଜ୍ୟେଷ୍ଟ ବାମପନ୍ଥୀ ନେତା ଦଣ୍ଡପାଣି ମହାନ୍ତି ପ୍ରମୁଖ ଯୋଗ ଦେଇ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଜଣାଇଥିଲ l ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ ରାଜ୍ୟ ସମ୍ପାଦକ ଅଳି ପଟନାୟକ, ସୁରେଶ ପାଣିଗ୍ରାହୀ, କୈଳାଶ ଷଡ଼ଙ୍ଗୀ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ପି ହରିକୃଷ୍ଣ ରେଡ୍ଡୀ, ବିଦ୍ୟାଧର ଜେନା, ରାମ ଚନ୍ଦ୍ର ନାୟକ, ଦିଲ୍ଲୀପ ଛୋଟରାୟ, ଗୋପାଳ ପାଣିଗ୍ରାହୀ ପ୍ରମୁଖ ରାଜ୍ୟ ତଥା ଜିଲ୍ଲା ନେତୃତ୍ୱ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା