ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମ ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ପ୍ରିମୀୟର ଲିଗ୍ କ୍ରିକେଟ୍ ଶୁକ୍ରବାର ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ରୋହି ଗାଁ କ୍ରିକେଟ୍ ଟିମ୍ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ପ୍ରତିପକ୍ଷ ପଣସ ଖୋଲ ଗାଁ କ୍ରିକେଟ୍ ଟିମ୍ ସହ ରୋହି ଗାଁ ଟିମ୍ ମଧ୍ୟରେ ମ୍ୟାଚ୍ ହୋଇଥିଲା । ଟସ ଜିତି ପ୍ରଥମେ ରୋହି ଗାଁ କ୍ରିକେଟ୍ ଟିମ୍ ବ୍ୟାଟିଂ କରି ୧୯.୪ ବଲରେ ସମସ୍ତ ଉଇକେଟ୍ ହରାଇ ୧୩୬ ରନ ହାସଲ କରିଥିଲେ । ଜବାବରେ ପଣସ ଖୋଲ ଗାଁ କ୍ରିକେଟ୍ ଟିମ୍ ୧୫.୨ ବଲରେ ମାତ୍ର ୯୯ ରନ୍ ହାସଲ କରି ସମସ୍ତ ଉଇକେଟ ହରାଇ ପରାଜିତ ହୋଇଥିଲେ।ସନ୍ଦୀପ ପ୍ରଧାନ ଏବଂ ଭଗବାନ ପ୍ରଧାନ ମ୍ୟାଚରେ ଅମ୍ପାୟରିଂ କରିଥିଲେ । ଟୁର୍ନାମେଣ୍ଟ ଆୟୋଜକ କମିଟି ସଭାପତି ବି.ଲୋକନାଥ ଏବଂ ସମ୍ପାଦକ ସତ୍ୟ ନାରାୟଣ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉଦଯାପନୀ ଉତ୍ସବରେ କରପଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବିଶ୍ଵନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କ୍ରୀଡା ଶିକ୍ଷକ ଯୋଗେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଭୟ ବିଜେତା ଓ ଉପ ବିଜେତା ଟିମ୍ କୁ ପୁରସ୍କାର ବିତରଣ କରିଥିଲେ । ରୋହି ଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ବଶିଷ୍ଠ ଜେନା, ସାମାଜିକ କର୍ମୀ ସୂର୍ଯ୍ୟକାନ୍ତ ସ୍ବାଇଁ, ବାଳକୃଷ୍ଣ ଜେନା,କାଳୁ ଚରଣ ରଣା, ଟିଲୁ କୁମାର ଜେନା ପ୍ରମୁଖ ଖେଳ ପଡିଆରେ ଉପସ୍ଥିତ ରହି ରୋହି ଗାଁ କ୍ରିକେଟ୍ ଟିମ୍ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ କମିଟି କାର୍ଯ୍ୟକର୍ତ୍ତା ବିଜୟ କୁମାର ଗୌଡ, ସନ୍ତୋଷ ବେହେରା,ବିଜୟ ସେଠୀ, ୠଷି ପ୍ରଧାନ, ସନ୍ତୋଷ ଗୌଡଙ୍କ ସମେତ ଗ୍ରାମର ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା